କୋରାପୁଟ: ଭାରସାମ୍ୟ ହରାଇ ଓଲଟି ପଡ଼ିଲି କୁଣ୍ଡା ବୋଝେଇ ଟ୍ରକ, ୪ ଗୁରୁତର

ଗୁରୁତର ଆହାତଙ୍କୁ ମେଡିକାଲକୁ ସ୍ଥାନାନ୍ତର କରିଛି କୋରାପୁଟ ଟାଉନ ଥାନା ପୋଲିସ ‌। ଘଟଣା ସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଟ୍ରକ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିଲା, ଯେଉଁଥିପାଇଁ ଏଭଳି ଦୁଘର୍ଟଣା ଘଟିଲା।

କୋରାପୁଟ(କେନ୍ୟୁଜ୍): କୋରାପୁଟ ସହର ମଧ୍ୟ ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା।  ଭାରସାମ୍ୟ ହରାଇ ଓଲଟି ପଡ଼ିଲି କୁଣ୍ଡା ବୋଝେଇ ଟ୍ରକ। ଘଟଣା ସ୍ଥଳରେ ସାମ୍ନାରେ ଯାଉଥିବା ଏକ କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାରରେ ଥିବା ଚାରିଜଣ ଗୁରୁତର ହୋଇଛନ୍ତି ।

ଗୁରୁତର ଆହାତଙ୍କୁ ମେଡିକାଲକୁ ସ୍ଥାନାନ୍ତର କରିଛି କୋରାପୁଟ ଟାଉନ ଥାନା ପୋଲିସ ‌। ଘଟଣା ସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଟ୍ରକ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିଲା, ଯେଉଁଥିପାଇଁ ଏଭଳି ଦୁଘର୍ଟଣା ଘଟିଲା।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.