ମୋବାଇଲ ନିଶାରେ ନିଜ ବୁଢ଼ୀ ମା’କୁ ମାରିଦେଲା ପୁଅ, ପରେ ନିଜ ଭୁଲକୁ ସ୍ୱୀକାର କଲା

କେରଳରେ ରହୁଥିବା ଏହି ଯୁବକ ନିଜ ମା’କୁ ପିଟିପିଟି ହତ୍ୟା କରିଛି । ବୁଢ଼ୀ ମା’ର ଦୋଷ କେବଳ ଏତିକି ଥିଲା ଯେ ସେ ପୁଅକୁ ମୋବାଇଲ୍ ବ୍ୟବହାର କରିବାକୁ ଦେଉ ନଥିଲା । ଆଉ ତା ପରେ ପୁଅ ମୁଣ୍ଡକୁ ଚଢିଥିଲା ପିତ୍ତ ।

ମୋବାଇଲ ପାଇଁ ମଣିଷ ଏବେ ପାଗଳ । ମୋବାଇଲ ନିଶା ଏମିତି ଘାରିଛି ଯେ ଗୋଟାଏ ମିନିଟ ବି ଫୋନ ଠୁ ଦୂରେଇ ରହି ପାରୁନି ମଣିଷ । ତେବେ ମୋବାଇଲ ନିଶାରେ ଜଣେ ଜଣେ ନିଜ ସମ୍ପର୍କୀୟଙ୍କୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ପଛାନ୍ତି ନାହିଁ । ମୋବାଇଲ ନିଶା ଏମିତି ଘାରୁଛି ବେଳେବେଳେ କିଛି ଲୋକଙ୍କ ଜୀବନ ମଧ୍ୟ ଯାଉଛି । କିଏ ରିଲ୍ସ କରିବା ନିଶାରେ ଜୀବନ ହାରୁଛି ତ କିଏ ଫୋନ ପାଇଁ ନିଜ ମା’ ବାପାଙ୍କ ଜୀବନ ନେଉଛି । ତେବେ ସମାନ ଭାବେ ଏଭଳି ଏକ ଅଭାବନୀୟ ଘଟଣା କେରଳରୁ ସାମ୍ନାକୁ ଆସିଛି । ଯେଉଁ ଘଟଣାରେ ଜଣେ ପୁଅ ମୋବାଇଲ ନିଶାରେ ନିଜ ବୁଢ଼ୀ ମା’କୁ ମାରିବାକୁ ପଛାଇ ନାହିଁ । କେରଳରେ ରହୁଥିବା ଏହି ଯୁବକ ନିଜ ମା’କୁ ପିଟିପିଟି ହତ୍ୟା କରିଛି । ବୁଢ଼ୀ ମା’ର ଦୋଷ କେବଳ ଏତିକି ଥିଲା ଯେ ସେ ପୁଅକୁ ମୋବାଇଲ୍ ବ୍ୟବହାର କରିବାକୁ ଦେଉ ନଥିଲା । ଆଉ ତା ପରେ ପୁଅ ମୁଣ୍ଡକୁ ଚଢିଥିଲା ପିତ୍ତ । ପରେ ମା’କୁ ଆଖି ବନ୍ଦ କରି ପିଟି ଚାଲିଥିଲା ପୁଅ । ବୁଢ଼ୀ ମା’ କେତେ ବା ଆଉ ପୁଅ ମାଡ଼କୁ ସହିଥାନ୍ତା । ମାଡ଼ ଖାଇ ଖାଇ ଗୁରୁତର ହୋଇଥିଲା ମା’ । ପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟକୁ ନେଇଥିଲା, କିନ୍ତୁ କୋର୍ଟ ଅଭିଯୁକ୍ତକୁ ମାନସିକ ସ୍ତରରେ ଅସୁସ୍ଥ ବୋଲି କହି ଅଭିଯୁକ୍ତକୁ ମେଣ୍ଟର ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲା କନ୍ନୁର ଜିଲ୍ଲାର କିନିଚିରା ଗାଁର ବୋଲି ଜଣା ପଡ଼ିଛି । ପୋଲିସ କହିବା ଅନୁସାରେ ପିଡ଼ିତ ମହିଳା ହେଉଛନ୍ତି ରୁକ୍ମିଣି ଦେବୀ, ଯାହାଙ୍କର ବୟସ ୬୩ ବର୍ଷ ବୋଲି ଜଣା ପଡ଼ିଛି । ସେ ତାଙ୍କ ପୁଅର ମାଡରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଯେଉଁଠାରେ ସେ ଏକ ସପ୍ତାହ ପରେ ମୃତ୍ୟୁ ବରଣ କରିଥିଲେ । ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ପୋଲିସ ପିଡ଼ିତ ମହିଳାଙ୍କ ପୁଅ ସୁଜିତକୁ ଗିରଫ କରିଛି । ମେଡିକାଲ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ସୁଜିତକୁ ମୋବାଇଲର ନିଶା ଲାଗିଥିଲା । ଏଭଳି ପରିସ୍ଥିତିରେ ତାର ମା ତାକୁ ଏହି ନିଶା ଭିତରୁ ବାହାରକୁ ଆଣିବା ପାଇଁ ମୋବାଇଲର ବ୍ୟବହାର କମ କରିବାକୁ କହିଥିଲେ ।

ସୁଜିତ ଏଥିରେ ରାଗିଯାଇ ନିଜ ମା’ର ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲା । ଏହି କାରଣରୁ ବୃଦ୍ଧ ମହିଳାଜଣଙ୍କ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେତେବେଳକୁ ତାଙ୍କର ବହୁତ ରକ୍ତ ବୋହି ଯାଇଥିଲା । ଡାକ୍ତରଙ୍କ ବହୁ ଚେଷ୍ଟା ପରେ ବି ସେ ଏକ ସପ୍ତାହ ପରେ ମୃତ୍ୟୁ ବରଣ କରିଥିଲେ । ସୂଚନା ପାଇବା ପରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ପଚରାଉଚରା କରିଥିଲା । ଅଭିଯୁକ୍ତ ନିଜ ଭୁଲ ସ୍ୱୀକାର କରିବା ପରେ ପୋଲିସ ତାକୁ କୋର୍ଟରେ ହାଜର କରିଥିଲା । କୋର୍ଟ ମଧ୍ୟ ଅଭିଯୁକ୍ତର ଡାକ୍ତରୀ ରିପୋର୍ଟ ଏବଂ ତାର ବ୍ୟବହାର ଦେଖିଥିଲେ । ପରେ ଅଭିଯୁକ୍ତକୁ ଜେଲକୁ ପଠାଇବା ବଦଳରେ ତାକୁ ମେଣ୍ଟର ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.