ସର୍ଟ ସ୍କର୍ଟ କିମ୍ବା ଉତ୍ତେଜକ ନୃତ୍ୟ ଅଶାଳୀନତା ବୋଲି ପୋଲିସ କହିପାରିବ ନାହିଁ : ବମ୍ବେ ହାଇକୋର୍ଟ

ମହିଳାମାନେ ସର୍ଟ ସ୍କର୍ଟ ପିନ୍ଧି ଉତ୍ତେଜକ ନୃତ୍ୟ ପରିବେଷଣ କରୁଛନ୍ତି କିମ୍ବା ନୃତ୍ୟ ଅଶାଳୀନତାକୁ ଇଙ୍ଗିତ କରୁଛି। ପୋଲିସର ଏପରି ମନ୍ତବ୍ୟକୁ ବିଚାରକୁ ନିଆଯାଇ ପାରିବନି ନାହିଁ କି ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ରାୟ ଶୁଣାଇଛନ୍ତି।

ନୂଆଦିଲ୍ଲୀ : ମହିଳାମାନେ ସର୍ଟ ସ୍କର୍ଟ ପିନ୍ଧି ଉତ୍ତେଜକ ନୃତ୍ୟ ପରିବେଷଣ କରୁଛନ୍ତି କିମ୍ବା ନୃତ୍ୟ ଅଶାଳୀନତାକୁ ଇଙ୍ଗିତ କରୁଛି। ପୋଲିସର ଏପରି ମନ୍ତବ୍ୟକୁ ବିଚାରକୁ ନିଆଯାଇ ପାରିବନି ନାହିଁ କି ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ରାୟ ଶୁଣାଇଛନ୍ତି। ଯାହା ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି। ଆଉ ଏପରି ନିଷ୍ପତ୍ତିକୁ ଅନେକ ଲୋକ ଏହାକୁ ସ୍ୱାଗତ କରିଛନ୍ତି ।

ସୂଚନା ଅନୁସାରେ ମେ ୩୧ରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଆବେଦନ ହୋଇଥିବା ଏକ ମାମଲାର ଶୁଣାଣି କରି ପୋଲିସ କରିଥିବା ଅଭିଯୋଗକୁ ଖାରଜ କରିଦେଇଛନ୍ତି । ଅଭିଯୋଗ ଅନୁସାରେ ୬ ଜଣ ମହିଳା ଏକ କାର୍ଯ୍ୟକ୍ରମରେ ଛୋଟ ପୋଷାକ ପିନ୍ଧି ନୃତ୍ୟ କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ଅଙ୍ଗଭଙ୍ଗୀ ପରିବେଷଣ କରିଥିଲେ । ଏହି ସମୟରେ କିଛି ଦର୍ଶକ ସେମାନଙ୍କ ଉପରକୁ ଜାଲ୍ ନୋଟ୍ ଫିଙ୍ଗିଥିଲେ । ପୋଲିସ ଉକ୍ତ ସ୍ଥାନରୁ ୫ ଜଣ ଲୋକଙ୍କୁ ଗିରଫ କରିଥିଲା ।

ଶୁଣାଣି ସମୟରେ ଅଭିଯୁକ୍ତମାନେ ଅଦାଲତକୁ କହିଥିଲେ ଯେ, ସେମାନେ ଆଇପିସି ଧାରା ୨୯୪ (ଅଶ୍ଳୀଳତା)ର ଉଲ୍ଲଙ୍ଘନ କରିନାହାନ୍ତି। କାରଣ ସେମାନେ ଏକ ରିସର୍ଟରେ ଭୋଜିଭାତ ସମୟରେ ଏପରି ନୃତ୍ୟ ପରିବେଷଣର ମଜା ନେଇଛନ୍ତି। କୌଣସି ସର୍ବସାଧାରଣ ସ୍ଥାନରେ କିମ୍ବା ଜନ ସାଧାରଣଙ୍କୁ ଖରାପ ଲାଗିବା ଭଳି କିମ୍ବା ଅଶ୍ଳୀଳ ଇଙ୍ଗିତ କରିବା ଭଳି କାର୍ଯ୍ୟ କରିନାହାନ୍ତି। ବରଂ ପୁଲିସ ନିଜ ଆଡୁ ଏପରି ଅଭିଯୋଗ କରି ଆମକୁ ଗିରଫ କରିଛି।

ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟର ବିଚାରପତି ବିନୟ ଯୋଶୀ ଏବଂ ବାଲ୍ମିକୀ ଏସଏ ମେନେଜସ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ପୋଲିସର ଗିରଫଦାରୀକୁ ରଦ୍ଦ କରିଦେଇଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ ଅଭିଯୋଗରେ ଉଲ୍ଲେଖ କରାଯାଇଥିବା ଅଦାଲତ କହିଛନ୍ତି ଯେ, ବର୍ତ୍ତମାନ ମହିଳାଙ୍କ ଏହିପରି ଛୋଟ ପୋଷାକ ପରିଧାନକୁ ଭାରତୀୟ ସମାଜ ଗ୍ରହଣ କରୁଛି। ସେନ୍ସର୍ ବୋର୍ଡର ଅନୁମତି କ୍ରମେ ଛୋଟ ପୋଷାକ ପିନ୍ଧିଥିବା ଫିଲ୍ମ ମଧ୍ୟ ରିଲିଜ୍ ହେଉଛି। ସର୍ବସାଧାରଣରେ ଛୋଟ ପୋଷାକ ପରିଧାନକୁ ଗ୍ରହଣ ମଧ୍ୟ କରାଯାଉଛି। ଉକ୍ତ ମାମଲାରେ କୌଣସି ସର୍ବସାଧାରଣଙ୍କ ପକ୍ଷରୁ ଅଶାଳୀନ ଇଙ୍ଗିତ ନେଇ ଅଭିଯୋଗ କରାଯାଇ ନାହିଁ। ପୋଲିସର ଦୃଷ୍ଟିଭଙ୍ଗୀ ଅନୁସାରେ ଅଭିଯୁକ୍ତମାନଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୨୯୪ (ଅଶ୍ଳୀଳତା) ଅନୁସାରେ ଦଣ୍ଡ ଦିଆଯିବ ନାହିଁ। ତେଣୁ ଏହି ମାମଲାକୁ ଖାରଜ କରାଯାଉଛି।