ଖତରୋଁ କେ ଖିଲାଡି ୧୩ର ବିଜେତା ହେଲେ ଡିନୋ, ମିଳିଲା ଟ୍ରଫି ସହିତ ୨୦ ଲକ୍ଷ ଟଙ୍କା ଏବଂ କାର୍
ଖତରୋଁ ଖିଲାଡି ୧୩ ଟ୍ରଫି ବାଜିମାରିନେଲେ ଡିନୋ ଜେମ୍ସ । ଫାଇନାଲରେ ହେଲିକପ୍ଟର ଷ୍ଟଣ୍ଟ କରି ବିଜେତା ହୋଇଛନ୍ତି । ଡିନୋଙ୍କୁ ଟ୍ରଫି ସହିତ ମାରୁତି ସୁଜୁକି ସ୍ୱିଫ୍ଟ କାର ଏବଂ ୨୦ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି ।
ଖତରୋଁ କେ ଖିଲାଡି ୧୩ର ବିଜେତା ହୋଇଛନ୍ତି ଡିନୋ । ଶନିବାର ଫାଇନାଲରେ ଟପ୍ ୪ରେ ଶିବ ଠାକରେ, ଅର୍ଜିତ ତନେଜା, ଐଶ୍ୱର୍ଯ୍ୟା ଶର୍ମା ଏବଂ ଡିନୋ ଜେମ୍ସ ପହଞ୍ଚିଥିଲେ । ଶେଷରେ ଡିନୋ ସମସ୍ତଙ୍କ ପଛରେ ପକାଇ ବାଜିମାତ କରିନେଇଛନ୍ତି । ଡିନୋଙ୍କୁ ଟ୍ରଫି ସହିତ ମାରୁତି ସୁଜୁକି ସ୍ୱିଫ୍ଟ କାର ଏବଂ ୨୦ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି ।
ଏହି ଶୋ ଫାଇନାଲରେ ପ୍ରତିଯୋଗୀଙ୍କୁ ହେଲିକପ୍ଟରରେ ଷ୍ଟଣ୍ଟ କରିବାର ଥିଲା । ପ୍ରଥମେ ଏହି ଷ୍ଟଣ୍ଟ ପାଇଁ ଅର୍ଜିତ ଯାଇଥିଲେ । ଏହି ଷ୍ଟଣ୍ଟକୁ ସେ ପୂରଣ କରିବା ପରେ ଐଶ୍ୱର୍ଯ୍ୟା ଶର୍ମା ଷ୍ଟଣ୍ଟକୁ କରିପାରିନଥିଲେ । କିନ୍ତୁ ଡିନୋ ଏହି ଷ୍ଟଣ୍ଟକୁ ୯ ମିନିଟ୍ ୫୫ ସେକେଣ୍ଡ ସମୟରେ କରିଥିବା ବେଳେ ଅର୍ଜିତ ଏହାକୁ ୧୨ ମିନିଟ୍ ୨୪ ସେକେଣ୍ଡରେ କରିଥିଲେ ।
View this post on Instagram
ଏହି ସିଜିନରେ ମୋଟ ୧୪ ଜଣ ପ୍ରତିଯୋଗୀ ରହିଥିଲେ । ଐଶ୍ୱର୍ଯ୍ୟା ଶର୍ମା, ଅଞ୍ଜଳି ଆନନ୍ଦ, ଅଞ୍ଜୁମ ଫକିହ, ଅର୍ଚ୍ଚନା ଗୌତମ, ଅର୍ଜିତ ତନେଜା, ଡେଜି ଶାହା, ଡିନୋ ଜେମ୍ସ, ନାୟରା ବାନାର୍ଜୀ, ରୋହିତ ରୟ, ରଶ୍ମିତ କୌର, ରୁହି ଚତୁବେର୍ଦ୍ଦୀ, ଶୀଜାନ ଖାନ ଏବଂ ଶିବ ଠାକରେ ଭାଗ ନେଇଥିଲେ । ଶୋର ସୁଟିଂ ସାଉଥଆଫ୍ରିକାର କେପଟାଉନରେ ସୁଟିଂ ହୋଇଥିଲା ।