Below header

୪୦ ଓଡ଼ିଆଙ୍କୁ ନିଜ କର୍ମ କ୍ଷେତ୍ରକୁ ଫେରାଇ ନେଲେ ସୁରତ ସୁତା କଳ ମାଲିକ

ଗଞ୍ଜାମ: ସୁରତ ଫେରିଲେ ୪୦ରୁ ଉର୍ଦ୍ଧ୍ବ ଶ୍ରମିକ । ଗଞ୍ଜାମ ଜିଲ୍ଲା ଆସିକା ଅଂଚଳର କିଛି ଶ୍ରମିକ ଗତ ବିଳମ୍ବିତ ରାତିରେ ସୁରତକୁ ବସ ଯୋଗେ ବାହାରିଛନ୍ତି । କରୋନା କାରଣରୁ ଦେଶବ୍ୟାପୀ ଲକ ଡାଉନ ଜାରି ହୋଇଥିବା ବେଳେ ଗତ ଏପ୍ରିଲ ମାସ ଶେଷ ସପ୍ତାହରେ ସୁରତରେ ଥିବା ପ୍ରବାସୀ ଓଡ଼ିଆ ମାନେ ଗଞ୍ଜାମକୁ ବସ ଯୋଗେ ଫେରିଆସିଥିଲେ । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମ ଅନୁଯାୟୀ କିଛି ଦିନ ସଙ୍ଗାରୋଧ କେନ୍ଦ୍ରରେ ରହିବା ପରେ ସେମାନେ ନିଜ ନିଜ ଗାଁରେ ରହିଥିଲେ ।

ସୁରତ ସ୍ଥିତ ଏକ ସୂତାକଳର ମାଲିକ ଗୋବିନ୍ଦ ମୋତିଭାଇ ନାମକ ବ୍ୟକ୍ତି ଗଞ୍ଜାମ ଆସି ଶ୍ରମିକ ମାନଙ୍କୁ ବୁଝାଇ ସୁଝାଇ, ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାର ପ୍ରତିଶୃତି ଦେଇ ବସ ଯୋଗେ ଆସିକା ଓ ଏହାର ଆଖପାଖ ଅଂଚଳରୁ ଶ୍ରମିକ ମାନଙ୍କୁ ଫେରେଇ ନେଇଛନ୍ତି । ଅନ୍ୟପକ୍ଷରେ ବେଯୋଜଗାରିଆ ହୋଇ ବସିଥିବା ଶ୍ରମିକ ମାନେ ବି ରୋଜଗାର ପାଇବା ଆଶାରେ ମାଲିକଙ୍କ ସହ ସୁରଟ ଫେରିଯାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.