Below header

ଭଦ୍ରକ:ଗୋଡରେ କଣ୍ଟା ପଶିଥିଲା ବୋଲି ଇଞ୍ଜେକ୍ସନ ନେଲେ, କିନ୍ତୁ କିଛି ସମୟ ପରେ ଚାଲିଗଲା ଜୀବନ

ଚାନ୍ଦବାଲି(କେନ୍ୟୁଜ୍):ଇଞ୍ଜେକ୍ସନ ନେବା ପରେ ଚାଲିଗଲା ଜୀବନ। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିର କୁଆରସର ଗାଁରୁ । ଅଭିଯୋଗ ମୁତାବକ, ରବୀନ୍ଦ୍ର ବାରିକ ନାମକ ଜଣେ ବ୍ୟକ୍ତିଙ୍କ ଗୋଡରେ କଣ୍ଟା ପଶିଥିଲା । ଚିକିତ୍ସା ପାଇଁ ରବୀନ୍ଦ୍ରକୁ ସମ୍ପର୍କୀୟ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ନର୍ସ ରବୀନ୍ଦ୍ରକୁ ଏକ ଇଞ୍ଜେକ୍ସନ ଦେଇଥିଲେ ।

ପରେ ରବୀନ୍ଦ୍ର ଘରକୁ ପଳାଇଆସିଥିଲେ । ହେଲେ ଘରେ ପହଁଚିବା ପରେ ରବୀନ୍ଦ୍ରର ଗୋଡ ହାତ କାମ କରିନଥିଲା । ଏପରିକି କଥା କହିପାରିନଥିଲେ । ପରିବାର ଲୋକ ପୁଣି ରବୀନ୍ଦ୍ରଙ୍କୁ ଚାନ୍ଦାବଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଭୁଲ୍‌ ଇଞ୍ଜେକ୍ସନ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରବୀନ୍ଦ୍ରଙ୍କ ପରିବାର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.