ନୂଆପଡ଼ା: କୁଟରେଙ୍ଗାପଡ଼ାରେ ବାଘ ଆତଙ୍କ, ଗାଈକୁ ମାରି ଖାଇଲା ବାଘ

ନୂଆପଡ଼ା(କେନ୍ୟୁଜ୍): ସଦର ବ୍ଳକ ଧରମବନ୍ଧା କୁଟରେଙ୍ଗାପଡ଼ାରେ ବାଘ ଆତଙ୍କ ଦେଖା ଦେଇଛି । ଗାଁ ନିକଟରେ ଏକ ଗାଈର ଶିକାର କରିଛି । ଆଜି ସକାଳ ୭ ଟାରେ ଧରମବନ୍ଧା ଓ ତୋର୍ରା ଗାଁ ମଧ୍ୟସ୍ଥ କୁଟରେଙ୍ଗାପଡ଼ାର ଗାଁର ଅଗିନ ମାଝୀଙ୍କ ଗାଈ ଗୁହାଳରୁ ବାହାର କରି ଜଙ୍ଗଲ ପଟେ ଚରାଇ ନେଉଥିଲେ । ଏତିକି ସମୟରେ ଗାଁ ମୁଣ୍ଡରେ ଏକ କଲରାପତରିଆ ବାଘ ହଠାତ ଚାଲି ଆସି ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା ।

ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ଚିତ୍କାର କରିବାରୁ ବାଘ ଜଙ୍ଗଲ ପଟେ ଚାଲି ଯାଇଥିଲା । ତେବେ ଗାଈର ତଣ୍ଟିକୁ ଧରି ରକ୍ତ ଶୋଷି ନେବାରୁ ଗାଈର ମୃତ୍ୟୁ ହୋଇଛି । ଏହି ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନକୁ ଠାବ କରିଛନ୍ତି । ଏବେ ଧରମବନ୍ଧା, ତୋର୍ରା ଅଞ୍ଚଳରେ ବାଘ ଆତଙ୍କ ଦେଖା ଦେଇଛି । ସ୍ଥାନୀୟ ଲୋକେ ମହାବଳ ବାଘ ବୋଲି କହୁଛନ୍ତି । ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ଅଂଚଳରେ ବାଘ ସଚେତନ କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.