ଗଞ୍ଜେଇ ଚାଲାଣ ଟିମ୍ ଉପରେ ଚଢ଼ାଉ, ୪୧୩ କିଲୋ ଗଞ୍ଜେଇ ସହ ବନ୍ଧୁକ ଜବତ

ଭଞ୍ଜନଗର(କେନ୍ୟୁଜ୍): ଏକ ପେଷାଦାର ଗଞ୍ଜେଇ ଚାଲାଣ ଟିମ୍ ଉପରେ ଚଢ଼ାଉ କରି ବଡଧରଣର ସଫଳତା ପାଇଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ । ୪୧୩ କିଲୋ ଗଞ୍ଜେଇ ସହ ଗୋଟିଏ ପିସ୍ତଲ୍ , ୪ ରାଉଣ୍ଡ ଅଫୁଟା ଗୁଳି , ଗୋଟିଏ ଟ୍ରକ୍ , ଗୋଟିଏ ପିକ୍ଅପ୍ ଭ୍ୟାନ୍ ଏବଂ ୩ଟି ମୋଟରସାଇକେଲ ଜବତ କରିଛି ପୋଲିସ । ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ , ସାନଉସ୍ତପଡା ଗାଁ ନିକଟ ଏକ କୁକୁଡ଼ା ଫାର୍ମରେ ଚଢାଉ କରିଥିଲା କବିସୂର୍ଯ୍ୟନଗର ଥାନା ପୋଲିସ ।

ସେଠାରୁ, ଗୁଜୁରାଟ ନମ୍ବର ଥିବା ଏକ ଟ୍ରକରେ ଗଞ୍ଜେଇ ଭର୍ତି କରି ଗୁଜୁରାଟ ଚାଲାଣ କରିବା ପାଇଁ ଯୋଜନା ହେଉଥିଲା । ଘଟଣା ସ୍ଥଳରୁ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ , ସେଠାରୁ ୫ ରୁ ଉର୍ଦ୍ଧ୍ବ ସହଯୋଗୀ ଫେରାର ହୋଇଯାଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.