ଆଜି ରାଜଧାନୀ ଭୁବନେଶ୍ବରରୁ ୪୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ,୪୦୫ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜଧାନୀ ଭୁବନେଶ୍ବରରୁ ୪୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୪୬୦ଜଣଙ୍କ ମଧ୍ୟରୁ ୧୮୫ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ   ୨୭୫ଜଣ କରୋନା ଆକ୍ରାନ୍ତ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି। ସେହିପରି ୨୪ଘଣ୍ଟା ମଧ୍ୟରେ ୪୦୫ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛି ମହାନଗର ନିଗମ।

ରାଜଧାନୀରେ ଏପର୍ଯ୍ୟନ୍ତ  ୧୪୯୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭୫୫ଜଣ କରୋନା ସଂକମ୍ରିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଏବେ ବି ୫୧୩୦ଟି  ଆକ୍ଟିଭ କେସ୍ ରହିଛି। ସେହିଭଳି କରୋନାରେ ରାଜଧାନୀରେ ୫୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

 

Leave A Reply

Your email address will not be published.