ଲଜ୍ଜା ! ନିଜ ଜନ୍ମକଲା ୬ ବର୍ଷର ଝିଅକୁ ଦୁଷ୍କର୍ମ କଲା ବାପା

ଝିଅ ହେବା କଣ ମୋର ଭୁଲ, ଝିଅ ହୋଇ ଜନ୍ମ ନେବା ଜଲଦି ମୋର ଭୁଲ ତାହେଲେ କାହିଁକି ମୋତେ ଏ ଦୁନିଆକୁ ଆଣୁଥିଲ। ମୁଁ ପା ତୁମ ଝିଅ ତୁମେ ପା ମୋ ବାପା। ଏମିତି ମୋ ଜୀବନକୁ କେମିତି ନଷ୍ଟ କରିଦେଲ ବାପା। ଏହା ହେଉଛି ଏକ ୬ ବର୍ଷ ଝିଅର କଥା।  ଯିଏ କି ମାତ୍ର ୬ ବର୍ଷରେହୋଇଛି ଦୁଷ୍କର୍ମର ଶିକାର। ଦୁନିଆକୁ ଭଲ ଭାବରେ ଜାଣି ନଥିବା ଝିଅକୁ କରାଯାଇଛି ଦୁବ୍ୟର୍ବହାର। ସେ ପୁଣି ଆଉ କେହି  ନୁହେଁ ନିଜ ଜନ୍ମକଲା  ବାପା କରିଛି ଏମିତି ଘୃଣ୍ୟ କାମ। ଏମିତି ହିଁ ଏକ ମାମଲା ସାମ୍ନାକୁ  ଆସିଛି ହିମାଚଳ ପ୍ରଦେଶ ସିମଲାରେ।

ଏଠାରେ ଜଣେ ବାପା ତାର କାମନାକୁ ଚରିତାର୍ଥ କରିବା ପାଇଁ ନିଜ ଜନ୍ମକଲା ଝିଅ ସହିତ ଏମିତି ଖରାପ କାମ କରିଛି। ନିଜ ୬ ବର୍ଷର ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ବାପା ବିରୁଦ୍ଧରେ ହୋଇଛି ଅଭିଯୋଗ। ଏହି ବାପା ଜଣଙ୍କ ଗୋପନରେ ନିଜ ଝିଅକୁ ଦୁଷ୍କର୍ମ କରୁଥିଲେ ଆଉ ଏହି କଥା ପୋଲିସ କେମିତି ଜାଣି ପାରି ଅଭିଯୁକ୍ତ ବାପାକୁ ଗିରଫ କରିନେଲେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଭିଯୁକ୍ତ ବାପାର ବୟସ ୨୩ ବର୍ଷ। ଆଉ ତାଙ୍କର ତିନୋଟି ପିଲା। ଅଭିଯୁକ୍ତଙ୍କ ସ୍ତ୍ରୀ ତାଙ୍କ ବାପ ଘରେ ରୁହନ୍ତି, ଆଉ ତାଙ୍କର ପିଲାମାନେ ବାପାଙ୍କ ସହିତ ରୁହନ୍ତି। ଆଉ ଏକୁଟିଆ ପାଇ ଜନ୍ମକଲା ବାପା ଏମିତି କାମ କରୁଥିଲା। ପୀଡିତାର ବୟାନ ରେକର୍ଡ କରି ଅଭିଯୁକ୍ତ ବାପାକୁ ଗିରଫ କରିଛି।

 

 

 

 

Leave A Reply

Your email address will not be published.