Below header

କଣ ଆପଣଙ୍କ ଆଧାର କାର୍ଡ ହଜି ଯାଇଛି ? ତେବେ ବ୍ୟସ୍ତ ନ ହୋଇ ଏମିତି ଉପାୟରେ ପାଆନ୍ତୁ ରିପ୍ରିଣ୍ଟ ଆଧାର

ଆଜିର ସମୟରେ ଆଧାର କାର୍ଡ ବହୁତ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟରୁ ଗୋଟିଏ। ଏହା ବିନା ଆପଣଙ୍କର ସବୁ କାମ ଅଧୁରା ରହିଯିବ। ପ୍ରତ୍ୟେକ କ୍ଷେତ୍ରରେ ଆଧାର କାର୍ଡକୁ ପ୍ରଥମେ ଖୋଜାଯାଏ। ଏମିତିରେ ଯଦି ଆପଣଙ୍କ ଆଧାର କାର୍ଡ ହଜିଯାଏ ତାହେଲେ ଆପଣଙ୍କୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ଏଥିପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ ଆପଣ ଅନଲାଇନ ପ୍ରକ୍ରିୟା ମାଧ୍ୟମରେ ପୁଣି ଥରେ ନିଜର ଆଧାର କାର୍ଡ ପାଇପାରିବେ। ଆସନ୍ତୁ ଜାଣିବା ଏଥିପାଇଁ କଣ କରିବାକୁ ହେବ।

  • ପ୍ରଥମେ ଆପଣ ଆଧାରର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
  • ଏହାପରେ ଆପଣଙ୍କୁ ଅଧାର ସେବା ଟ୍ୟାବକୁ ଯାଇ ଉପରେ କ୍ଲିକ କରିବାକୁ ହେବ।
  • ଏଠାରେ ଏକ ନୂଆ ପେଜ ଖୋଲିବ ଯେଉଁଠି ଆପଣ ୧୨ ଅଙ୍କର ଅଧାର ନମ୍ବର କିମ୍ବା ୧୬ ନମ୍ବରର ଭର୍ଚୁଆଲ ଆଇଡି ନମ୍ବର ସବମିଟ କରିବେ।
  • ଏହାପରେ ତଳେ ଦିଆଯାଇଥିବା କାପଚା କୋଡକୁ ପୂରଣ କରି ଉପରେ ଟିକ କରନ୍ତୁ। ଏବେ ଆପଣଙ୍କ ସାମ୍ନାରେ ନୂଆ ମୋବାଇଲ
  • ନମ୍ବର ଭରିବାର ବିକଳ୍ପ ଦେଖାଯିବ।
  • ନମ୍ବରକୁ ଭରିବା ପରେ ଫୋନକୁ ଏକ ଓଟିପି ଆସିବ।
  • ଏବେ ଏହି ଓଟିପିକୁ ଆପଣ ସବମିଟ୍‌ କରନ୍ତୁ।
  • ଏବେ ଟର୍ମସ ଆଣ୍ଡ କଣ୍ଡିସନଙ୍କୁ ପଢ଼ି ଉପରେ କ୍ଲିକ କରନ୍ତୁ।
  • ଏହାପରେ ଆଉ ଗୋଟେ ପେଜରେ ଆପଣଙ୍କୁ ୫୦ ଟଙ୍କା ପେମେଣ୍ଟ ଭରିବାକୁ ପଡିବ।
  • ଏହି ପେମେଣ୍ଟକୁ ଆପଣ କୌଣସି ବି ତରିକାରେ କରିପାରିବେ, ବିକଳ୍ପ ଆପଣଙ୍କ ପେଜ ଉପରେ ଦେଖାଯିବ।
  • ପେମେଣ୍ଟ କରିବା ପରେ ଆପଣଙ୍କୁ ଏକ ରିପ୍ରିଣ୍ଟ ଦିଆଯିବ, ଯାହାକୁ ଆପଣଙ୍କୁ ଡାଉନଲୋଡ୍‌ କରିବାକୁ ହେବ।
  • ଏବେ ପୁଣି ଥରେ ଆଧାର କାର୍ଡକୁ ପ୍ରିଣ୍ଟ କରିବା ପାଇଁ ଦ୍ୱାରା ଆପଣ ଦେଇଥିବା ଠିକଣାରେ ପଠାଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.