Below header

କଟକ କମିଶନରେଟ ପୋଲିସ୍‌ ହାତରେ ଧରାହେଲେ ମୋବାଇଲ ଲୁଟିଆ, ୪୯ଟି ଫୋନ ଜବତ

କଟକ (କେ ନ୍ୟୁଜ): କଟକରୁ ମୋବାଇଲ ଚୋରକୁ ଗିରଫ କରିଛି କଟକ କମିଶନରେଟ ପୋଲିସ୍‌ । ଗିରଫ ଅଭିଯୁକ୍ତ ହେଲେ ସତୀଚୌରା ଅଞ୍ଚଳ ଇମାମପଡା ବସ୍ତିର ସରୋଜ ବେହେରା । ତା ନିକଟରୁ ମୋଟ ୪୯ଟି ମୋବାଇଲ ଜବତ କରିଛି ଲାଲବାଗ ଓ ବିଡାନାସୀ ପୋଲିସ୍‌ । ଅଭିଯୁକ୍ତ ଶିଶୁ ଭବନକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଲୁଟ କରୁଥିବା ପୋଲିସ କହିଛି । ଏବେଠୁ ସହରର ବିଭିନ୍ନ ଥାନାରେ ପଡି ରହିଥିବା ମୋବାଇଲ ଚୋରୀ ମାମଲାକୁ ଗୁରୁତର ଭାବେ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.