ନିର୍ଦ୍ଧାରିତ ସମୟ ପୂର୍ବରୁ ଏବର୍ଷ ଆସିପାରେ ମୌସୁମୀ, ଓଡ଼ିଶାରେ ହେବ ସ୍ୱାଭାବିକ ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍‌): ଏବର୍ଷ ସଅଳ ଆସିପାରେ ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଆସିବା ସମ୍ଭାବନା ରହିଛି । ମେ ୧୫ ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପ୍ରତିବର୍ଷ ପ୍ରାୟତଋ ମୌସୁମୀ ଜୁନ୍‌ ୧ ତାରିଖରେ କେରଳ ଉପକୂଳ ଛୁଇଁଥାଏ । ଏବର୍ଷ ସପ୍ତାହେ ଆଗରୁ ଭାରତ ଛୁଇଁପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।

monsoon

ତେବେ ନିର୍ଦ୍ଦିଷ୍ଟ ଭାବରେ ମୌସୁମୀ ଓଡ଼ିଶା କେବେ ଛୁଇଁବ ସେନେଇ କୌଣସି ସୂଚନା ନାହିଁ । ପୂର୍ବରୁ ଆଇଏମଡି ପୂର୍ବାନୁମାନ କରିଥିଲା, ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଲଙ୍ଗ ପରିୟଡ୍‌ ଆଭରେଜ ବର୍ଷା ପରିମାଣ ୯୯ ପ୍ରତିଶତ ଆକଳନ କରାଯାଇଛି। ଏଥିରେ ମଡେଲ ତ୍ରୁଟି ୫ ପ୍ରତିଶତ ଏପଟ ସେପଟ ହୋଇପାରେ ।

ସେହିପରି ଓଡ଼ିଶାରେ ବି ସ୍ୱାଭାବିକ ମୌସୁମୀ ବର୍ଷା ହେବ ନେଇ ପୂର୍ବାନୁମାନ କରିଛି ଆଇଏମଡି । ସେପଟେ ବଙ୍ଗୋପସାଗରରେ ବାତ୍ୟା ଅସାନିର ଅବଶିଷ୍ଟାଂଶ ଦୁର୍ବଳ ହୋଇ ଆଜି େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.