କୋରାପୁଟ: ଖଡିମାଟି ଖନନକୁ ନେଇ ପୁଣି ଉତ୍ତେଜନା, ପୋଲିସକୁ ଆକ୍ରମଣ ଅଭିଯୋଗରେ ୫ ଗିରଫ

କୋରାପୁଟ (କେନ୍ୟୁଜ): ଖଡିମାଟି ଖନନକୁ ନେଇ ପୁଣି କୋରାପୁଟର ହାଟଶୁକୁ ଓ ପରଜା ଖୁଡୁବୁରେ ଉତ୍ତେଜନା । ଖଣି ଖନନ କରିବାକୁ ଯାଇଥିବା ଜେସିବି ସହ ୨ଟି ଗାଡିକୁ ଅଟକାଇଛନ୍ତି ଗ୍ରାମବାସୀ। ପୋଲିସକୁ ଆକ୍ରମଣ ଅଭିଯୋଗରେ ଗିରଫ ୫ ଜଣକୁ ଖଲାସ କରାନଗଲେ ଅଟକ ଗାଡିକୁ ଛଡା ଯିବନାହିଁ ବୋଲି କହିଛନ୍ତି । ନନ୍ଦପୁରରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସ୍ଥାନୀୟ ମଧ୍ୟସ୍ଥିଙ୍କ ଜରିଆରେ ନନ୍ଦପୁର ପୋଲିସ ଖଡି ମାଟି ଖନନ କରିବାକୁ ଯାଇଥିବା କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ଗାଡି ଗୁଡିକୁ ଉଦ୍ଧାର କରିଛନ୍ତି। ପଥର ମାଡ଼ରେ ଜେସିବିିର କାଚ ଭାଙ୍ଗିଛିି। ଲୋକଙ୍କ ସହ ଆଲୋଚନା କରିବାକୁ ଅତିରିକ୍ତ ଏସପି ନନ୍ଦପୁର ଗସ୍ତ କରିଛନ୍ତି। ଶାନ୍ତିପୂର୍ଣ୍ଣ ସମାଧାନ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି । ଏପ୍ରିଲ ୧ରେ ହାଟଶୁକୁଠାରେ ପୋଲିସ ଇନ୍ସପେକ୍ଟରଙ୍କୁ ଗାତକୁ ଠେଲି ହାଣିବାକୁ ଉଦ୍ୟମ କରିଥିଲେ ଗ୍ରାମବାସୀ । ସେହି ମାମଲାରେ ୫ ଜଣ ଗିରଫ କରାଯାଇଥିଲା। ତୁରନ୍ତ ଖଲାସ କରିବାକୁ ଗ୍ରାମବାସୀ ଦାବି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.