Below header

୪ର୍ଥ ଦିନରେ ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା, ଏବେବି ଏମାର ମଠରୁ ବାହାରୁନାହାନ୍ତି ମହନ୍ତ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଚତୁପାର୍ଶ୍ୱର ୭୫ ମିଟର ଉଚ୍ଛେଦର ୪ର୍ଥ ଦିନରେ ବି ମଠ ଛାଡ଼ୁନାହନ୍ତି ଏମାର ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାଶ। ମହନ୍ତ ରହୁଥିବା ମୁଖ୍ୟ କୋଠା ଅସୁରକ୍ଷିତ ହୋଇପଡିଥିବାରୁ ଏହାକୁ ଭାଙ୍ଗିବା ଜରୁରୀ ହୋଇପଡିଛି। ଉଚ୍ଛେଦ ପୂର୍ବରୁ ମୁଖ୍ୟ କୋଠା ଭାଙ୍ଗିବାକୁ ସହମତି ଜଣାଇଥିବା କହିଛନ୍ତି ମହନ୍ତ। ତେବେ ବର୍ତ୍ତମାନ ଅସନ୍ତୁଷ୍ଟ ହୋଇ ମଠରେ ରହିଛନ୍ତି ମହନ୍ତ ରାମନୁଜ ଦାଶ। ମହନ୍ତଙ୍କ ପାଇଁ ୩୫ଫୁଟ ଓ ୧୦ଫୁଟ ଓସାରର ଏକ ଅସ୍ଥାୟୀ ଘର ରଖାଯାଇଛି। ଗତକାଲି ରାତିରେ ଏମାର ମଠ ସଂଲଗ୍ନ ବଣିଆପଟି ଓ କାକୁଡ଼ିଖାଇ ମନ୍ଦିର ଯାଞ୍ଚ କରିଛନ୍ତି ଜିଲ୍ଲାପାଳ ଓ ଏସପି। ଆଜି ବଣିଆପଟି ସହ ଏମାର ମଠର ଅବଶିଷ୍ଟ ବିପଦସଙ୍କୁଳ କୋଠା ଭଙ୍ଗାଯିବ। ବଡ଼ସିଂହାର ମଠର ଉଚ୍ଛେଦ ପାଇଁ ସେଠାରୁ ସମସ୍ତ ଆସବବପତ୍ର ଖାଲି କରାଯାଇଛି। ଏହା ସହ ମା କାକୁଡ଼ିଖାଇ ମନ୍ଦିର କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛି ପ୍ରଶାସନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.