ଫିଲ୍ମ ‘ସାହୋ’ ରିଲିଜ୍ ହେବା ପରେ ବି ଫାଷ୍ଟ ସୋ’କୁ ଦେଖିପାରିଲେ ନାହିଁ ଦର୍ଶକ, ଜାଣନ୍ତୁ ଏମିତି କାହିଁକି ହେଲା

କିଛି ମାସ ହେଲାଣି ଚର୍ଚ୍ଚାରେ ରହିଥିବା ଫିଲ୍ମ ‘ସାହୋ’ ଗତ କାଲି ରିଲିଜ୍ ହୋଇଛି । ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖାଯାଇଛି । ତେବେ ଏ ସବୁ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରିଲିଜ୍ର ପ୍ରଥମ ଦିନ ଅନେକ ବଡ଼ ବଡ଼ ସହରରେ ମର୍ଣ୍ଣିଙ୍ଗ୍ ସୋ’କୁ ରଦ୍ଦ କରାଯାଇଥିଲା ବୋଲି ଜଣାପଡ଼ିଛି । ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ଦିଲ୍ଲୀ, ହାଇଦ୍ରାବାଦ୍, ଲକ୍ଷ୍ନୌ ଓ ଉଜ୍ଜୈନ୍ ଭଳି ଅନେକ ସହରରେ ‘ସାହୋ’ର ମର୍ଣ୍ଣିଙ୍ଗ୍ ସୋ’ କୁ ରଦ୍ଦ କରି ଦିଆଯାଇଥିବା ସୂଚନା ମିଳିଛି ।

ଏହାସହ ପଢନ୍ତୁ: ଜାଣନ୍ତୁ ରାନୁ ମଣ୍ଡଳଙ୍କର ବୈବାହିକ ଜୀବନ ଏବଂ କିଛି ଅଜଣା କଥା ସମ୍ପର୍କରେ

ରିପୋର୍ଟ ଅନୁଯାୟୀ, ଏହି ସବୁ ସହରରେ ଥିବା ସିନେମା ଘରଗୁଡ଼ିକୁ ଫିଲ୍ମର ପ୍ରିଣ୍ଟ ପହଞ୍ଚି ପାରି ନଥିଲା । ଯାହା ପାଇଁ ମର୍ଣ୍ଣିଙ୍ଗ୍ ସୋ’କୁ ରଦ୍ଦ କରିବାକୁ ପଡ଼ିଥିଲା । ଟ୍ବିଟରରେ ଅନେକ ଲୋକ ଏ ନେଇ ଅଭିଯୋଗ କରିବା ପରେ ଖବରଟି ସାମ୍ନାକୁ ଆସିଛି । କିଛି ଲୋକ ଟେକ୍ନିକାଲ ସମସ୍ୟା ପାଇଁ ମର୍ଣ୍ଣିଙ୍ଗ୍ ସୋ’ କୁ ରଦ୍ଦ ହୋଇଥିବା ନେଇ ଲେଖିଥିବା ବେଳେ କିଛି ଟିକେଟ୍ ସମସ୍ୟାକୁ ନେଇ ସୋ’ ରଦ୍ଦ କରାଯାଇଥିବା ଲେଖିଛନ୍ତି । ଏ ପର୍ଯ୍ୟନ୍ତ ପ୍ରକୃତ କାରଣ ସାମ୍ନାକୁ ଆସି ନାହିଁ । କିନ୍ତୁ ଏହି ଘଟଣାରେ ଫିଲ୍ମ ରିଲିଜ୍ ର ପ୍ରଥମ ଦିନର କଲେକ୍ସନ ଉପରେ ବଡ ଝଟକା ଲାଗିପାରେ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.