ଫେକ୍ ଆଇଡିରେ ମିଛ ପ୍ରଚାର କରୁଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ବିଷମକଟକ ପୋଲିସ

ବିଷମକଟକ(କେନ୍ୟୁଜ୍): ସମ୍ବାଦ ପରିବେଶଣ ନାଁରେ ଫେକ ଆଇଡି ଖୋଲି ଲୋକଙ୍କ ନାଁରେ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ବିଷମକଟକ ପୋଲିସ । ଅଭିଯୁକ୍ତ ହେଲେ ଦୁର୍ଗୀ ଗାଁର ମାନସ ପ୍ରତାପ ମହାନ୍ତି । ଗତ ବର୍ଷେ ଧରି ମାନସ ଦୁର୍ଗୀ ସମାଚାର ଓ ରାୟଗଡା ଖବର ନାଁରେ ଫେକ ଆଇଡି ଖୋଲି ସୋସିଆଲ ମିଡିଆରେ ଶାସକ ଦଳର କିଛି ନେତା, ମନ୍ତ୍ରୀ ଓ ସରକାରୀ କର୍ମଚାରୀଙ୍କ ନାଁରେ ମିଥ୍ୟା ଓ ଅପ୍ରୀତିକର ସମ୍ବାଦ ପରିବେଶଣ କରିବା ସହ ଧମକ ଦେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ବିଷମକଟକ ଥାନାରେ ଶିବା ଡେସିଟ୍‌ ଓ ଗୋପଳ ପଟ୍ଟନାୟକ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରବା ସହ ସାଇବର ସେଲରେ ମାମଲା ରୁଜୁ କରିଥିଲେ । ଗତକାଲି ମାନସକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.