Below header

ବିଶ୍ୱ କବି ମହାକୁମ୍ଭର ଆଜି ଚତୁର୍ଥ ଦିନ, ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ ଆଧ୍ୟାତ୍ମିକ କବିତା ପାଠୋତ୍ସବ

ପୁରୀ(କେନ୍ୟୁଜ୍): ବିଶ୍ୱ କବି ମହାକୁମ୍ଭର ଆଜି ଚତୁର୍ଥ ଦିନ। ଆଜି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ ଆଧ୍ୟାତ୍ମିକ କବିତା ପାଠୋତ୍ସବ। ବିଶ୍ୱର କୋଣନୁକୋଣରୁ ଆସିଥିବା କବିମାନେ ଆଧ୍ୟାତ୍ମିକ କବିତା ପାଠ କରିବେ। କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ଏଚ୍‌.ଏନ୍‌. ଦୀକ୍ଷିତ ଯୋଗ ଦେବେ।

ସେହିପରି ସନ୍ୟାସୀ, ଆଧ୍ୟାତ୍ମିକ ଓ ପ୍ରେରଣାଦାୟୀ ବକ୍ତା ପ୍ରଭୁ ଗୌର ଗୋପାଳ ଦାଶ ବିଶେଷ ବକ୍ତୃତା ପ୍ରଦାନ କରିବେ। ହାଇଦ୍ରାବାଦ ସ୍ଥିତ ଇଂରାଜୀ ଏବଂ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ.ଦିଲ୍ଲୀପ ନାୟକ ବକ୍ତବ୍ୟ ପ୍ରଦାନ କରିବେ। ଆସନ୍ତାକାଲି ରହିଛି ବିଶ୍ୱ କବି ମହାକୁମ୍ଭର ଉଦଯାପନୀ ସମାରୋହ କିଟ୍‌ ପରିସରରେ ଅନୁଷ୍ଠିତ ହେବ। ଏହି ଦିନ ମଧ୍ୟ ପ୍ରତିଫଳନ କବିତା ପାଠୋତ୍ସବ ହେବ । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ପଶୁ ସମ୍ପଦ, ମତ୍ସ୍ୟ ଓ ଗୋପାଳନ ତଥା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉଦଯାପନୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.