Below header

ଗଞ୍ଜାମ ବେଗୁନିଆପଡ଼ା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଦେବରାଜହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଅଜୟ ବାରିକ ସମେତ ୫ ଜଣ ଗିରଫ

ଗଞ୍ଜାମ(କେନ୍ୟୁଜ୍):  ଗଞ୍ଜାମ ଜିଲ୍ଲା  କୋଦଳା ଥାନା ଅନ୍ତର୍ଗତ ସୁମଣ୍ଡଳ ଚର୍ଚ୍ଚିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ଘଟଣାରେ ପୋଲିସକୁ ମିଳିଛି ସଫଳତା । ପୂର୍ବ ଶତ୍ରୁତାକୁ ନେଇ ଦେବରାଜଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣାରେ ଆଜି ପୋଲିସ ମୁଖ୍ଯ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୩ଟି ଦେଶୀ ପିସ୍ତଲ, ୫ଟି ମାଗାଜିନ୍‌, ୬୨ଟି ଅଫୁଟା ଗୁଳି, ତିନୋଟି ମୋବାଇଲ୍‌ ଫୋନ,ଗୋଟିଏ କାର ଓ ମୃତ ଦେବରାଜଙ୍କ ମୋବାଇଲ ଫୋନ ଜବତ କରିଛି  ପୋଲିସ  । ମୁଖ୍ୟ ଅଭିଯୁକ୍ତ ଅଜୟ ବାରିକ ତିନୋଟି ପିସ୍ତଲ ଓ ୧୧୬ଟି  ଗୁଳି କିଣିଥିଲା ।

ganjam murder

ପୂର୍ବରୁ ଦୁଇ ଥର ଆକ୍ରମଣ କରିବା ଲାଗି ଯୋଜନା କରି ବିଫଳ ହୋଇଥିଲା ଅଜୟ ବାରିକ । କିନ୍ତୁ ୨୦ ତାରିଖ ଦିନ ଅଜୟ ଏକ କାରକୁ ଭଡା ସୂତ୍ରରେ ନେଇ ଦେବାରାଜଙ୍କ ଜଣେ ସହଯୋଗୀଙ୍କ ଠାରୁ ଦେବାରାଜଙ୍କ ଠିକଣା  ପାଇଥିଲା। ପରେ  ସୁମଣ୍ଡଳ ଚା ଦୋକାନ ନିକଟରେ ପହଞ୍ଚି ଦେବାରାଜଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲା  । ଏଥିରେ ଘଟଣାସ୍ଥଳରେ ଦେବରାଜଙ୍କ ମୃତ୍ୟୁ ହୋଇଥିଲା  । ଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ହତ୍ୟା ହୋଇଥିବାରୁ  ଏହି ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ଘଟଣାକୁ  ଗୁରୁତର ସହ ନେଇ ଗଞ୍ଜାମ ଏସପିଙ୍କ ନେତୃତ୍ୱରେ ଦୁଇଟି ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ ହୋଇଥିଲା।

ganjam 12

ଶେଷରେ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଅଜୟ ବାରିକ, ବଳରାମ ପରିଡ଼ା, ପବନ ପାହାନ, ପ୍ରଶାନ୍ତ ସ୍ୱାଇଁ ଏବଂ ଗଗନ ବିଶ୍ଵାଳ । ସେପଟେ ଏହି ହତ୍ୟା ଘଟଣାରେ ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି ଓ ବନ୍ଧୁକ ସହ ଏତେ ପରିମାଣର ଗୁଳି କେଉଁଠାରୁ ଆଣିଥିଲେ ସେ ନେଇ ପୋଲିସ ଅଧିକା ତଦନ୍ତ ଜାରି ରଖିଛି  । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିଥିବାର ସୂଚନା ମଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.