Below header

ରିଜର୍ଭ ବ୍ୟାଙ୍କ୍‌ ସ୍ପଷ୍ଟ କଲା : ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ ଅଚଳ ହେବ କଥା ଗୁଜବ୍‌

ନୂଆଦିଲ୍ଲୀ :  ପୁରୁଣା ୫,୧୦ ଓ ୧୦୦ ଟଙ୍କିଆ ନୋଟ୍‌ ଅଚଳ ହେବନି ବୋଲି ସ୍ପଷ୍ଟ କରିଛନ୍ତି ରିଜର୍ଭ ବ୍ୟାଙ୍କ୍‌ । ଏଭଳି ଉଡା ଖବର ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ରିଜର୍ଭ ବ୍ୟାଙ୍କ୍‌ । ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ୍‌ ମାସ ସୁଦ୍ଧା ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ ଅଚଳ ହେବ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଏକ ଟ୍ଵିଟରରେ ସ୍ପଷ୍ଟ କରିଛି ଯେ ଏହା ଏକ ଗୁଜବ । ନିକଟରେ ଏହିସବୁ ପୁରୁଣା ନୋଟ୍‌ ଅଚଳ ହେବାର ପ୍ରଶ୍ନ ନାହିଁ । ଏହି ରିପୋର୍ଟ ମିଛ ବୋଲି ଆମେ ସ୍ପଷ୍ଟ କରୁଛୁ । ଏମିତି ଟ୍ଵିଟ୍‌ କରି ଜଣାଇଛନ୍ତି ରିଜର୍ଭ ବ୍ୟାଙ୍କ୍‌ ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର ବି ମହେଶ ।

ପ୍ରକାଶଯୋଗ୍ୟ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେଉଥିବା ଜଣାଯାଇଛି । ଆଗାମୀ ମାର୍ଚ୍ଚ- ଏପ୍ରିଲ୍ ସୁଦ୍ଧା ବଜାରରୁ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛି ବୋଲି ଏକ ଖବର ପ୍ରକାଶ ପାଇଥିଲା । ଏହି ଖବର ଜାଣିବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ବି ମହେଶ ଏ ସମ୍ପର୍କରେ ସୂଚନା ଦେଇ ସ୍ପଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.