ଏହି ୪ଟି କଥାକୁ ଭୁଲରେ ବି କରନ୍ତୁ ନାହିଁ ଅଣଦେଖା, ନହେଲେ ଲିଭର୍‌ ହୋଇଯିବ ନଷ୍ଟ

ଲିଭର୍‌ ବା ଯକୃତ ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଆପଣ ଯାହା ବି ଖାଆନ୍ତି, ପିଅନ୍ତି ଏବଂ ନିଃଶ୍ୱାସ ମାଧ୍ୟମରେ ଅକ୍ସିଜେନ ନିଅନ୍ତି, ଏ ସବୁକୁ ଯକୃତ ପ୍ରୋସେସ୍‌ କରିଥାଏ। ଲିଭର୍‌ ଶରୀରରୁ ଟକ୍ସିନ୍ସ ବାହାର କରିଥାଏ। ଯେତେବେଳେ ଦରକାର ପଡ଼େ, ସେତେବେଳେ ଏହା ରକ୍ତକୁ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ। ଲିଭର୍‌କୁ କ୍ଷତି ପହଞ୍ଚିଲେ, ସ୍ୱାସ୍ଥ୍ୟ ପାଇଁ ବହୁତ ଘାତକ ହୋଇପାରେ। ତେବେ ଆପଣଙ୍କଠାରେ ଏମିତି ଅନେକ ଅଭ୍ୟାସ ରହିଥାଇପାରେ, ଯାହା ଆପଣଙ୍କ ଅଜାଣତରେ ଲିଭର୍‌କୁ କ୍ଷତି ପହଞ୍ଚାଇଥାଏ। ତେଣୁ ଏହି ସବୁ ଅଭ୍ୟାସଗୁଡ଼ିକ ବିଷୟରେ ଜାଣିବା ଆମ ପାଇଁ ବହୁତ ଜରୁରୀ।

୧. ଅନେକ ଲୋକଙ୍କର ପେନ୍‌ କିଲର୍‌ ଖାଇବାର ଅଭ୍ୟାସ ଥାଏ। କିନ୍ତୁ ସେମାନଙ୍କୁ ଜଣା ନ ଥାଏ କି, ଏହା ଯନ୍ତ୍ରଣା ତ ଦୂର କରିଦେଇଥାଏ, ହେଲେ ଲିଭର୍‌କୁ କ୍ଷତି ପହଞ୍ଚାଇଥାଏ।

୨. ସଫ୍ଟ ଡ୍ରିଙ୍କସ୍‌ରେ ସୁଗାର ଏବଂ ପ୍ରିଜର୍ଭେଟିଭ୍‌ସ ଅଧିକ ମାତ୍ରାରେ ରହିଥାଏ। ଏହା ନା କେବଳ ଆପଣଙ୍କ ଓଜନ ବଢ଼ାଇଥାଏ, ବରଂ ଲିଭର୍‌ ପାଇଁ ମଧ୍ୟ ହାନିକାରକ ହୋଇଥାଏ। ଏହା ଲିଭର୍‌କୁ ନଷ୍ଟ ମଧ୍ୟ କରିଦେଇପାରେ।

୩. ଅଧିକ ମୋଟା ହେବା କାରଣରୁ ଶରୀରରେ ଅତିରିକ୍ତ ଫ୍ୟାଟ ଏକାଠି ହୋଇଯାଇଥାଏ ଏବଂ ଲିଭର୍‌ରେ ଜମି ଯାଇଥାଏ, ଯେଉଁଥିପାଇଁ ଲିଭର୍‌ ଖରାପ ହେବାର ଆଶଙ୍କା ବଢ଼ିଯାଇଥାଏ। ତେଣୁ ସବୁବେଳେ ଓଜନକୁ ନିୟନ୍ତ୍ରିତ ରଖନ୍ତୁ।

୪. କିଛି ଲୋକ ଆଇରନ୍‌ ଥିବା ଫଳଗୁଡ଼ିକୁ ଅଧିକ ମାତ୍ରାରେ ସେବନ କରିଥାଆନ୍ତି। କିନ୍ତୁ ମନେ ରଖନ୍ତୁ, ଶରୀରରେ ଅଧିକ ଆଇରନ ହୋଇଯିବା ଦ୍ୱାରା ଲିଭର୍‌ ଡ୍ୟାମେଜ୍‌ ହେବାର ଆଶଙ୍କା ଦେଖାଦେଇଥାଏ। ଏଥିପାଇଁ ସବୁବେଳେ ସୁସ୍ଥ ଆହାର ସେବନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.