Below header

ସେନା କର୍ମଚାରୀଙ୍କୁ ସଂଘବଦ୍ଧ ହତ୍ୟା ଘଟଣାରେ ୫ଜଣ ଗିରଫ

ସେନା କର୍ମଚାରୀଙ୍କୁ ସଂଘବଦ୍ଧ ହତ୍ୟା ଘଟଣାରେ ୫ଜଣ ଗିରଫ। ୫ ଅଭିଯୁକ୍ତଙ୍କୁ ଗିରଫ କଲା ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ପୋଲିସ।

ସେନା କର୍ମଚାରୀଙ୍କୁ ସଂଘବଦ୍ଧ ହତ୍ୟା ଘଟଣାରେ ୫ଜଣ ଗିରଫ। ୫ ଅଭିଯୁକ୍ତଙ୍କୁ ଗିରଫ କଲା ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ପୋଲିସ। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା କହିଛି ପୋଲିସ। ଡିସେମ୍ବର ୩ ତାରିଖରେ କାଳୀପଲ୍ଲୀ ଗାଁର ସେନା କର୍ମଚାରୀ ଜି. ଡିଲେଶ୍ବର ପାତ୍ରଙ୍କ ଉପରେ ହୋଇଥିଲା ସଂଘବଦ୍ଧ ଆକ୍ରମଣ।

କ୍ରିକେଟ ଖେଳି ହରିପୁରରୁ ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଛୁଟିରେ ଗାଁକୁ ଆସିଥିବା ବେଳେ ତାଙ୍କ ଉପରେ ହୋଇଥିଲା ଆକ୍ରମଣ। ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା।

ଗୁରୁବାର ତାଙ୍କ ମର ଶରୀର ଗାଁକୁ ଆସିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ହତ୍ଯାରେ ସଂପୃକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗଞ୍ଜାମ ଏସପି ଜଗମୋହନ ମିନା ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.