ଜେଡ୍‌ପିଏମ୍‌ ନେତା ଲାଲଦୁହୋମା ମିଜୋରାମ ମୁଖ୍ୟମନ୍ତ୍ରୀ ଭାବରେ ନେଲେ ଶପଥ, ମନ୍ତ୍ରୀମଣ୍ଡଳରେ ରହିବେ ୧୨ ସଦସ୍ୟ

ଜୋରମ୍‌ ପିପୁଲ୍ସ ମୁଭମେଣ୍ଟର ନେତା ଲାଲଦୁହୋମା ଶୁକ୍ରବାର ମିଜୋରାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏଠାରେ ରାଜ ଭବନରେ ଆୟୋଜିତ ଏକ ସମାରୋହରେ ୭୩ ବର୍ଷୀୟ ଲାଲଦୁହୋମାଙ୍କ ସହ ଅନ୍ୟ ୧୧ ଜଣ ମଧ୍ୟ ରାଜ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ଜୋରମ୍‌ ପିପୁଲ୍ସ ମୁଭମେଣ୍ଟ (ଜେଡ୍‌ପିଏମ୍‌)ର ନେତା ଲାଲଦୁହୋମା ଶୁକ୍ରବାର ମିଜୋରାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏଠାରେ ରାଜ ଭବନରେ ଆୟୋଜିତ ଏକ ସମାରୋହରେ ୭୩ ବର୍ଷୀୟ ଲାଲଦୁହୋମାଙ୍କ ସହ ଅନ୍ୟ ୧୧ ଜଣ ମଧ୍ୟ ରାଜ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ସେମାନଙ୍କ ମଧ୍ୟରୁ ୭ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ୪ ଜଣ ରାଜ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ରାଜ୍ୟପାଳ ହରି ବାବୁ କମ୍ଭମପତି ଲାଲଦୁହୋମା ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଥିଲେ। ୪୦ ସଦସ୍ୟ ବିଶିଷ୍ଟ ବିଧାନସଭା ଥିବା ମିଜୋରାମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ ମନ୍ତ୍ରୀ ରହିବେ।

ଏହି କାର୍ଯ୍ୟକ୍ରମରେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍‌ଏନ୍‌ଏଫ୍‌)ର ନେତା ତଥା ବିଦାୟୀ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଲଲଥନହୱାଲା ସାମିଲ ହୋଇଥିଲେ। ଏଥିରେ ଏମ୍‌ଏନ୍‌ଏଫ୍‌ ବିଧାୟକ ଦଳର ନେତା ଲାଲଚନ୍ଦମା ରାଲେଙ୍କ ସମେତ ସମସ୍ତ ୧୦ ଜଣ ନବ ନିର୍ବାଚିତ ଏମ୍‌ଏନ୍‌ଏଫ୍‌ ବିଧାୟକ ଯୋଗ ଦେଇଥିଲେ।

ବିଜେପିର ଦୁଇଜଣ ନବ ନିର୍ବାଚିତ ବିଧାୟକ ଏବଂ କଂଗ୍ରେସର ଏକମାତ୍ର ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମାରୋହ ପରେ ଲାଲଦୁହୋମା ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଆସନ୍ତା ୧୦୦ ଦିନ ମଧ୍ୟରେ ଲାଗୁ ହେବାକୁ ଥିବା ନୂତନ ସରକାରଙ୍କର ୧୨ଟି ପ୍ରାଥମିକ କାର୍ଯ୍ୟକ୍ରମ ବିଷୟରେ ସେ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.