ଗଜପତି : ସ୍କୁଲରୁ ଛାତ୍ରୀ ନିଖୋଜ ଘଟଣାରେ ୫ ଗିରଫ

ଗଜପତି (କେନ୍ୟୁଜ୍) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା ଆଶ୍ରମ ସ୍କୁଲରୁ ଛାତ୍ରୀ ନିଖୋଜ ଘଟଣାରେ ୫ ଗିରଫ। ଛାତ୍ରୀମାନଙ୍କୁ ଲୁଚାଇ ରଖିଥିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅଡବା ପୋଲିସ। ତେବେ କେଉଁ କାରଣରୁ ଛାତ୍ରୀମାନଙ୍କୁ ଟାଙ୍କିଲି ପଦର ପାହାଡ ଉପରେ ଥିବା ଏକ ଘରେ ତାଲା ପକାଇ ରଖାଯାଇଥିଲା ସେନେଇ ତଦନ୍ତ ଜାରି ରହିଛି। ଗତ କିଛି ଦିନ ତଳେ ଅନ୍ତରବା କନ୍ୟାଶ୍ରମର ୯ମ ଶ୍ରେଣୀର ୩୦ଜଣ ଛାତ୍ରୀ ଆଶ୍ରମରୁ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ସେମାନଙ୍କୁ ପାହାଡ ଉପରୁ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.