Below header

ବାଲେଶ୍ଵର: ଯୌତୁକ ପାଇଁ ବଧୂ ହତ୍ୟା କରିଥିବା ଶ୍ବଶୁର ଘରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା

ବାଲେଶ୍ଵର(କେନ୍ୟୁଜ୍): ବାଲେଶ୍ଵର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ରାୟ । ଏକ ଯୌତୁକ ଜନିତ ନବବଧୂ ହତ୍ୟା ମାମଲାରେ ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ହେଲେ ଦଣ୍ଡିତ । ମୃତ ନବ ବଧୂଙ୍କ ସ୍ଵାମୀ , ଶ୍ବଶୁର , ଶାଶୁଙ୍କ ସମେତ ୫ ଜଣ ଦଣ୍ଡିତ ହେବା  ସହ ସମସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଦେଲେ ଏ.ଡି.ଜେ ୨ ସୁବାସ କୁମାର ବେହାରି ।

୨୦୧୪ ମସିହାରେ ଶିଂଲା ଥାନା ଅନ୍ତର୍ଗତ ପଥ ଦୁର୍ଗା ଗାଁରେ ନବବଧୂଙ୍କୁ ପୋଡ଼ି ହତ୍ୟା କରାଯାଇଥିଲା ।  ନବ ବଧୂ ମନ୍ଦାକିନୀ ଜେନାଙ୍କୁ ଯୌତୁକରେ ମୋଟର ସାଇକେଲ ଦାବୀ କରି ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.