ଫାଷ୍ଟଟାଗ୍ : ଟୋଲ୍ ପ୍ଲାଜାରେ ଯଦି ଆପଣଙ୍କ ଗାଡ଼ି ଏହି ‘ରଙ୍ଗୀନ ଲାଇନ’ ରେ ପହଞ୍ଚିଲା ତେବେ ବିନା ଦେୟରେ ଛଡ଼ାଯିବ ଗାଡି

ନୂଆଦିଲ୍ଲୀ : ଦେଶରେ ସବୁ ଜାତୀୟ ରାଜପଥରେ ଚାଲୁଥିବା ଚାରି ଚକିଆ କିମ୍ବା ତା’ଠ ଅଧିକ ଚକିଆ ଗାଡ଼ି ପାଇଁ ଫାଷ୍ଟଟାଗ୍ ବାଧ୍ୟତାମୂଳକ ହୋଇଛି । ନୂଆ ନିୟମ ଅନୁଯାୟୟୀ ଏବେ ଯଦି କୌଣସି ବି ଗାଡ଼ି ବିନା ହାସ୍ଟାଗ୍ରେ ଜାତୀୟ ରାଜପଥ ପାର୍ ହେଲେ ତାକୁ ଦୁଇଗୁଣା ଅର୍ଥ ଦେବାକୁ ପଡ଼ିବ ।

ଟୋଲ୍ ପ୍ଲାଜାରେ ଗାଡ଼ିର ଅହେତୁକ ଜାମ୍କୁ ହଟାଇବା ପାଇଁ ସରକାର ଏହି ନିୟମ ଲାଗୁ କରିଛନ୍ତି । ଏହାଦ୍ୱାରା ଯାତ୍ରୀଙ୍କ ସମୟ ବଞ୍ଚାଇବା ସହ ଗାଡ଼ିର ଅଯଥା ତେଲ ପୋଡିବାକୁ ରୋକା ଯାଇପାରିବ । ତେବେ କେତକ ଟୋଲ୍ ପ୍ଲାଜାରେ ସେନ୍ସସର ଠିକ୍ ଭାବେ କାମ କରୁନଥିବାରୁ ମାନୁଆଲ୍ ଭାବେ ସ୍କାନ କରିବାକୁ ପଡ଼ୁଥିଲା । ଯାହା ଫଳରେ ଗାଡ଼ି ଗୁଡିକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା ।

ଏହି ସମସ୍ୟାର ସମାଧାନ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏକ ଯୋଜନା ତିଆରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ସବୁ ରାଜପଥରେ ଏକ ଅଲଗା ରଙ୍ଗରେ ଲାଇନ ତିଆର କରାଯିବ । ଯେତେବେଳେ କାର୍ର ଧାଡି ଏହି ଲାଇନକୁ ଛୁଇଁବ ତେବେ ଟୋଲ୍ ଅପରେଟର ସବୁ ବାହାନ ପାଇଁ ଟୋଲ୍ ଗେଟ୍କୁ ନିଃଶୁଳ୍କ ଖୋଲିବାକୁ ପଡ଼ିବ ।
ସୂଚନାନୁଯାୟୀ ଏହି ଯୋଜନା ପାଇଁ ସରକାର ବିଚାର କରୁଛନ୍ତି । କାରଣ ଫାଷ୍ଟାଗ୍ ସତ୍ତ୍ୱେ ଜାତୀୟ ରାଜପଥରେ ଲମ୍ବା ଲାଇନ୍ ଦେଖିବାକୁ ପଡ଼ୁଛି । ତେଣୁ ଏହିସବୁ ଅସୁବିଧାକୁ ଦୂର କରିବା ପାଇଁ ଏହି ‘ରଙ୍ଗୀନ ଲାଇନ’ ବ୍ୟବସ୍ଥା କରିବାକୁ ସରକାର ଯୋଜନା କରୁଛନ୍ତି ।