ଭାରତୀୟ ରେଲୱେର ଚମତ୍କାର ଇଞ୍ଜିନିୟରିଂ ! ଉଦ୍ଘାଟନ ପାଇଁ ପ୍ରସ୍ତୁତ ହେବାକୁ ଯାଉଛି ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍
ବହୁତ ଜଲ୍ଦି ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍କୁ ଉଦ୍ଘାଟନ କରାଯିବ। ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଏହି ବ୍ରିଜ୍ର ଫଟୋ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଭାରତୀୟ ରେଲୱେ ଇଞ୍ଜିନିୟରିଂର ଏକ ନୂଆ ମାଇଲ୍ଷ୍ଟୋନ୍। ଚେନାବ ନଦୀ ଉପରେ ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ପ୍ରସ୍ତୁତ ହେବାକୁ ଯାଉଛି।
ଏହି ବ୍ରିଜ୍କୁ ଜମ୍ମୁ-କଶ୍ମୀରର ରିୟାସୀ ଜିଲାରେ ଭାରତୀୟ ରେଲୱେ ତିଆରି କରୁଛି। ଷ୍ଟିଲ୍ରେ ତିଆରି ହେଉଥିବା ଏହି ବ୍ରିଜ୍ର ଆକାର ଏକ ପାର୍କ ଭଳି। ବ୍ରିଜ୍ର ଉଚ୍ଚତା ପ୍ୟାରିସ୍ର ଏଫିଲ୍ ଟାଓ୍ଵରଠାରୁ ବି ୩୫ ମିଟର(ପାଖାପାଖି ୧୧୫ ଫୁଟ୍) ଅଧିକ ଉଚ୍ଚ ରହିଛି। ଏହା ଭାରତୀୟ ରେଲୱେ ଇତିହାସର ଏ ପର୍ଯ୍ୟନ୍ତର ସବୁଠାରୁ କଠିନ ପ୍ରୋଜେକ୍ଟ। ଏହି ପ୍ରୋଜେକ୍ଟକୁ କୋଙ୍କଣ ରେଲେଓ୍ଵ ପୂରା କରୁଛି।
ଚେନାବ ନଦୀ ଉପରେ ନିର୍ମାଣ ହେଉଥିବା ଏହି ରେଲୱେ ବ୍ରିଜ୍ ଉଧମପୁର-ଶ୍ରୀନଗର-ବାରମୂଳା ରେଳ ପରିଯୋଜନାର ଅଂଶ, ଯାହାକି ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ପୂରା ହୋଇଯିବ। ବ୍ରିଜ୍ର ଲମ୍ବା ପାଖାପାଖି ୧.୩ କିଲୋମିଟର ହୋଇଥିବା ବେଳେ ଉଚ୍ଚତା ରହିଛି ୩୫୯ ମିଟର(ପାଖାପାଖି ୧୧୭୮ ଫୁଟ)। କହି ରଖୁଛୁ, ପ୍ୟାରିସ୍ର ଏଫିଲ୍ ଟାଓ୍ଵରର ଉଚ୍ଚତା ୩୨୪ ମିଟର(ପାଖାପାଖି ୧୦୬୩ ଫୁଟ୍ ଉଚ୍ଚ)। ବ୍ରିଜ୍ରେ ମୋଟ ୧୭ଟି ଖମ୍ବ ରହିଛି। ଉଧମପୁରରୁ ବାରମୂଳା ପର୍ଯ୍ୟନ୍ତ ଏହି ରେଳ ପ୍ରୋଜେକ୍ଟର ମୋଟ ଲମ୍ବା ପାଖାପାଖି ୩୨୬ କିଲାମିଟର ରହିଛି।
ବ୍ରିଜ୍କୁ ତିଆରି କରିବାରେ ୨୫ ହଜାର ମେଟ୍ରିକ୍ ଟନ୍ ଷ୍ଟିଲ୍ ଲଗାଯାଇଛି। ଏହି ବ୍ରିଜ୍ ପ୍ରତିଘଣ୍ଟା ୨୬୬ କିଲୋମିଟର ବେଗରେ ବହୁଥିବା ପବନକୁ ବି ସହିପାରିବ। ଏତଦ୍ ବ୍ୟତୀତ ଏହା ଭୂକମ୍ପ ଏବଂ ବିସ୍ଫୋରଣ ନିରୋଧୀ ମଧ୍ୟ। ବ୍ରିଜ୍କୁ ବି ଯଦି କେହି ବମ୍ ପକାଇ ଉଡ଼ାଇ ଦେବାକୁ ଚେଷ୍ଟା କରେ, ତ ସେ ସଫଳ ହୋଇପାରିବ ନାହିଁ। କାରଣ, ଏହାର ଷ୍ଟିଲ୍ଗୁଡ଼ିକ ବିସ୍ଫୋରଣ ନିରୋଧୀ।
ଏହି ବ୍ରିଜ୍ ଉପରେ ପ୍ରତିଘଣ୍ଟା ୧୦୦ କିଲୋମିଟର ବେଗରେ ଟ୍ରେନ୍ ଚାଲିପାରିବ। ବ୍ରିଜ୍ର ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ପାଖାପାଖି ୫୧୨ କୋଟି ଟଙ୍କା ଖର୍ଚ୍ଚ ଲାଗିବ, ଯେତେବେଳେ କି ପୂରା ରେଳ ପରିଯୋଜନାର ବ୍ୟୟ ଅଟକଳ ରହିଛି ୨୦ ହଜାର କୋଟି ଟଙ୍କା। ଏହି ଯୋଜନା ଅଧୀନରେ ୧୫ଟି ଷ୍ଟେଶନ ଆସିବ। ସେହିପରି ୬୨ଟି ବଡ଼ ଏବଂ ୭୩୯ଟି ଛୋଟ ବ୍ରିଜ୍ ରହିବ। ୧୦ଟି ରୋଡ୍ ଓଭର ବ୍ରିଜ୍ ମଧ୍ୟ ତିଆରି ହେବ।
Infrastructural Marvel in Making: Indian Railways is well on track to achieve another engineering milestone with the steel arch of Chenab bridge reaching at closure position.
It is all set to be the world’s highest Railway bridge 🌉 pic.twitter.com/yWS2v6exiP
— Piyush Goyal (@PiyushGoyal) February 25, 2021