ଜୀବନର ନୂଆ ଇନିଂସ ଆରମ୍ଭ କଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଜୀବନ ସାଥୀ ଭାବେ ଧରିଲେ ନନ୍ଦିନୀଙ୍କ ହାତ
କେନ୍ୟୁଜ୍(ବ୍ୟୁରୋ): ଜୀବନର ନୂଆ ଇନିଂସ ଆରମ୍ଭ କଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା। ଆଜି କାକଟପୁରର ଦେଉଳି ମଠରେ ଜୀବନ ସାଥୀ ଭାବେ ଅସ୍ତରଙ୍ଗ ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ ଏକମାତ୍ର ସୁକନ୍ୟା ନନ୍ଦିନୀଙ୍କ ସହ ଶୁଭପରିଣୟ ହୋଇଛି। ଏହି ଅବସରରେ ବିଜେଡିର ଅନେକ ନେତା ଓ କର୍ମୀ ଯୋଗ ଦେଇଥିଲେ। ସମ୍ପର୍ଣ୍ଣ ହିନ୍ଦୁ ରୀତିନୀତିରେ ନନ୍ଦିନୀଙ୍କ ମଥାରେ ସିନ୍ଦୁର ଭରିଥିଲେ ଯୁବମନ୍ତ୍ରୀ ତୁଷାରକାନ୍ତି । ସମସ୍ତ ଅତିଥୀଙ୍କ ପାଇଁ ସବୁ ନିରାମିଷ ଖାଇବା ପରଷା ଯାଇଥିଲା।
ମନ୍ତ୍ରୀ ହୋଇ ମଧ୍ୟ ନିଜର ସରଳ ଜୀବନ ଯାପନ ପାଇଁ ତୁଷାରକାନ୍ତି ସଦାସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ଏମିତିକି ନିଜ ନିର୍ବନ୍ଧ ଓ ବାହାଘର ମଧ୍ୟ ନିରଡ଼ାମ୍ବର ଭାବେ ଆୟୋଜନ କରିଥିଲେ। ନନ୍ଦିନୀଙ୍କ ସହ ତାଙ୍କ ବୈବାହିକ ଜୀବନ ସୁଖମୟ ଏହି ଶୁଭେଚ୍ଛା କେନ୍ୟୁଜ୍ ତରଫରୁ ଜଣାଉଛୁ ।