Below header

କେନ୍ଦ୍ରାପଡା: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ରାଜକନିକା(କେନ୍ୟୁଜ): ଗ୍ୟାସ ଟାଙ୍କି ଫାଟି ଜଳିଗଲେ ୫ବଖରା ଘର। ଘଟଣା ଘଟିଛି କେନ୍ଦ୍ରାପଡା ରାଜକନିକା ଥାନା ଅଚ୍ୟୁତପୁର ଗାଁରେ। ମୁଲିଥିବା ସୂଚନା ମୁତାବକ ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ଟାଙ୍କିଟି ଫାଟି ଯାଇଥିଲା। ଯାହା ଫଳରେ ଚାହୁଁ ଚାହୁଁ ନିଆଁ ପୂରା ପାଖ ପଡୋଶୀ ଘରକୁ ବ୍ୟାପି ଯାଇଥିଲା। ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡ ଯୋଗୁ ଗୋଟିଏ ପରିବାରର ୫ବଖରା ଘର ସମ୍ପୂର୍ଣ୍ଣ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.