ଋଷି କପୁରଙ୍କୁ ଶେଷଥର ଦେଖିବା ପାଇଁ ଦିଲ୍ଲୀରୁ ଆସିପାରିଲେନି ଝିଅ ରିଦ୍ଧିମା, ପତ୍ନୀ ଓ ପୁତ୍ରଙ୍କ ସମେତ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ ଏହିସବୁ କଳାକାର

ଗୁରୁବାର ଅପରାହ୍ନରେ ଚନ୍ଦନୱାଡି ଶ୍ମଶାନ ଘାଟରେ ଋଷି କପୁରଙ୍କ ଅନ୍ତିମ ସଂସ୍କାର କରିଦିଆ ଯାଇଛି । ପତ୍ନୀ ନିତୁ କପୁର ଓ ପୁଅ ରଣବୀର କପୁରଙ୍କ ସମେତ ପ୍ରାୟ 24 ଜଣ ଲୋକ ଏଠାରେ ଉପସ୍ଥିତ ଥିଲେ । ତାଙ୍କ ଝିଅ ରିଦ୍ଧିମା କପୁର ସାହନି ଦିଲ୍ଲୀରେ ଅଛନ୍ତି । ସେ ପୂର୍ବରୁ ଚାର୍ଟର ବିମାନ ଦେଇ ଯିବା ପାଇଁ ଡିଜିସିଏରୁ ଅନୁମତି ମାଗିଥିଲେ, ଯାହାକି ମିଳିପାରି ନଥିଲା । ଏବେ ରାସ୍ତାରେ ଯିବାକୁ ତାଙ୍କୁ ଦିଲ୍ଲୀ ପୋଲିସ ମଞ୍ଜୁରୀ ଦେଇ ସାରିଛି ସତ କିନ୍ତୁ ରିଦ୍ଧିମା 1400 କିଲୋମିଟର ଯାତ୍ରା କରି ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିଲେ ନାହିଁ ।

Rishi Kapoor Funeral: Rishi Kapoor Cremation In Mumbai Live ...

ନିତୁ କପୁର ଏବଂ ରଣବୀରଙ୍କ ବ୍ୟତୀତ କରୀନା କପୁର, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଶିଳ୍ପପତି ଅନିଲ ଅମ୍ବାନୀ, ଆଲିଆ ଭଟ୍ଟ, ରିମା ଜୈନ, ମନୋଜ ଜୈନ, ଡକ୍ଟର ଟଣ୍ଡନ ଏବଂ ରାହୁଲ ରାୱେଲ ଆଦି ଋଷି କପୁରଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ ।

 

View this post on Instagram

 

🙏

A post shared by neetu Kapoor. Fightingfyt (@neetu54) on


ଋଷି କପୁରଙ୍କ ମୃତ୍ୟୁ ପରେ ନିତୁ କପୁର ଏକ ଟ୍ୱିଟ ଜରିଆରେ କହିଥିଲେ ଯେ “ଦୀର୍ଘ ଦୁଇ ବର୍ଷ ଧରି ଲ୍ୟୁକେମିଆ ସହିତ ଯୁଦ୍ଧ ପରେ ଆଜି ସକାଳ 8.45 ରେ ଆମର ପ୍ରିୟ ଋଷି କପୁରଙ୍କ ଦେହାନ୍ତ ହୋଇଛି । ଡାକ୍ତରଖାନାର ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀ କହିଛନ୍ତି ଯେ ଶେଷ ପର୍ଯ୍ୟନ୍ତ ସେ ଆମର ମନୋରଞ୍ଜନ କରିଆସୁଥିଲେ” ।

 

View this post on Instagram

 

One of the medical personnel made this video where #RishiKapoor gave out this beautiful message out to all of us #rip 🤲🙏

A post shared by Viral Bhayani (@viralbhayani) on


ସୂଚନା ଅନୁଯାୟୀ 2018ରେ ଋଷି କପୁରଙ୍କୁ କ୍ୟାନ୍ସର ହୋଇଥିଲା । ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ ଏବଂ ସେଠାରେ ସେ 11 ମାସ ରହିବା ପରେ ଗତ ବର୍ଷ ସେପ୍ଟେମ୍ବରରେ ଭାରତ ଫେରିଥିଲେ । ଗତ ଗୁରୁବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣିଥରେ ବିଗିଡି ଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚାରି ଘଣ୍ଟା ପରେ ଡିସଚାର୍ଜ କରାଯାଇଥିଲା । ଛାତିରେ ସଂକ୍ରମଣ, ନିଶ୍ୱାସ ନେବାରେ ଅସୁବିଧା ଏବଂ ଜ୍ୱର ହେତୁ ତାଙ୍କୁ ବୁଧବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 67 ବର୍ଷୀୟ ଋଷି କପୁର ଆଜି ସକାଳ 8.45 ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.