Below header

ଜୀବନ ଜୀବିକାକୁ ଠପ୍ କରୁଛି କରୋନା, ଜୁନ ସୁଦ୍ଧା ସାରା ଦୁନିଆର ୩୦ କୋଟି ଲୋକଙ୍କର ଯାଇପାରେ ଚାକିରି

ସଂଯୁକ୍ତ ରାଷ୍ଟ୍ରର ଶ୍ରମ ୟୁନିଟ ଆନ୍ତର୍ଜାତୀୟ ଶ୍ରମିକ ସଂଗଠନ ନିଜ ସୂଚନାରେ ଜଣାଇଛି ଯେ କରୋନା ଭାଇରସ ମହାମାରୀ କାରଣରୁ ଲୋକଙ୍କର ଚାକିରି ଯିବାର ଆଶଙ୍କା ପୁଣି ବଢିଯାଇଛି। ସଂଗଠନର କହିବାନୁଯାୟୀ ଏପ୍ରିଲରୁ ଜୁନ ମାସ ଭିତରେ ପ୍ରାୟ ୩୦ କୋଟି ପୂର୍ଣ୍ଣକାଳୀନ ଭାବରେ ଚାକିରି ହରାଇପାରନ୍ତି। ସଂଗଠନ ଗତ ପୂର୍ବାନୁମାନରେ ଜଣାଇଥିଲା ଯେ ଏହି ମହାମାରୀ କାରଣରୁ ଜୁନ ତୃତୀୟ ସପ୍ତାହ ଶେଷ ସୁଦ୍ଧା ହାରାହାରି ଭାବରେ ସପ୍ତାହକୁ ୪୮ ଘଣ୍ଟା କାର୍ଯ୍ୟ କରୁଥିବା ୧୯.୫ କୋଟି ଲୋକେ ପୂର୍ଣ୍ଣକାଳୀନ ଭାବରେ ଚାକିରି ହରାଇପାରନ୍ତି। ସଂଗଠନ କହିଛି ଯେ ମହାମାରୀକୁ କାବୁ କରିବା ପାଇଁ ସାରା ବିଶ୍ୱରେ ଲକଡାଉନ ବୃଦ୍ଧି କରିବାକୁ ହେଲେ ଏହାର ଆକଳନକୁ ପୁଣି ଥରେ ପରିବର୍ତ୍ତନ କରିବାକୁ ହେବ।

job୧.୬ ବିଲୀୟନ କର୍ମଚାରୀଙ୍କର ଜୀବନ ଜୀବିକା ହେବ କଷ୍ଟ

ସଂଗଠନ ଜଣାଇଛି ଯେ ଏହି ମହାମାରୀ କାରଣରୁ ଅନୌପଚାରିକ କ୍ଷେତ୍ରରେ ୧.୬ ବିଲୀୟନ କର୍ମଚାରୀଙ୍କର ମହାମାରୀ କରୋନା ଭାଇରସ କାରଣରୁ ଜୀବନ ଜୀବିକରେ ସମସ୍ୟା ଉତ୍ପନ୍ନ ହୋଇସାରିଲାଣି। କାହିଁକିନା କରୋନା ମହାମାରୀ କାରଣରୁ ତାଙ୍କର ଜୀବିକା ସାଧନ ବନ୍ଦ ହୋଇଗଲାଣି। ଏହା ବିଶ୍ୱର ୩.୩ ବିଲିୟନ କର୍ମଶାଳାର ପ୍ରାୟ ଅଧା ଅଟେ।

jobbଆମେରିକାର GDP ହେଲା ୪.୮ ପ୍ରତିଶତ

କରୋନା ମହାମାରୀ ସଙ୍କଟର ପ୍ରଭାବ ଏବେ ସାରା ଦୁନିଆରେ ଦେଖିବାକୁ ଲାଗିଲାଣି। ଜାନୁଆରୀ-ମାର୍ଚ୍ଚ ମାସ ଭିତରେ ଆମେରିକାର ଜିଡିପି ଗ୍ରୋଥ ହ୍ରାସ ପାଇ ନେଗେଟିଭ ହୋଇଯାଇଛି। ଏହା ହ୍ରାସ ପାଇ ୪.୮ ପ୍ରତିଶତ ହୋଇଯାଇଛି। ସେହିପରି ଅର୍ଥଶାସ୍ତ୍ର ଏହାକୁ ୩.୮ ପ୍ରତିଶତ ହୋଇଯିବା ଅନୁମାନ ଲଗାଉଛନ୍ତି। ସେହିଭଳି ଏପ୍ରିଲ-ଜୁନ ମାସ ସଂଖ୍ୟା ଆହୁରି ଖରାପ ହୋଇପାରେ। କାହିଁକିନା ଏପ୍ରିଲ ଠାରୁ ସାରା ଦୁନିଆରେ ଲକଡାଉନ ଅଛି ଏବଂ ଆର୍ଥିକ ଗତିବିଧି ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.