Below header

ମହିଳାଙ୍କ ଏସବିଆଇ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଗାଏବ, ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ରଘୁନାଥପୁର ଥାନା ବୋଜର ଗାଁର ମଧୁସ୍ମିତା ସେଠୀଙ୍କ ଏସବିଆଇ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଗାଏବ ଅଭିଯୋଗ । ଏନେଇ ସେ ମଧୁସ୍ମିତା ରଘୁନାଥପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ, ରଘୁନାଥପୁର ଏସବିଆଇ ଶାଖାରେ ମଧୁସ୍ମିତାଙ୍କ ଆକାଉଣ୍ଟରେ ୫ ଲକ୍ଷ ୧୦ହଜାର ୧୧୮ ଟଙ୍କା ଥିଲା । ତେବେ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ସେ ଉଠାଇ ନଥିବା ବେଳେ ଏହାକୁ ଗାଏବ କରାଯାଇଥିବା ମଧୁସ୍ମିତା କହିଛନ୍ତି । ଏନେଇ ରଘୁନାଥପୁର ଥାନା, ସାଇବର ଥାନା ଓ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟରେ ସେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.