Below header

ଝାରୁସୁଗୁଡା: ମହିଳାଙ୍କ ଠାରୁ ୪୫ ହଜାର ଟଙ୍କା ଗଣିବା ବାହାନାରେ ଛଡେଇ ନେଉଥିବା ବେଳେ ଲୁଟେରାକୁ କାବୁ କଲେ ସିକ୍ୟୁରିଟି ଗାର୍ଡ

ଝାରୁସୁଗୁଡା(କେନ୍ୟୁଜ୍): ଫେଲ ମାରିଲା ଲୁଟ ଉଦ୍ୟମ । ଝାରୁସୁଗୁଡା ବ୍ୟାଙ୍କ ଅଫ ଇଣ୍ଡିଆରୁ ଜଣେ ମହିଳାଙ୍କ ଠାରୁ ୪୫ ହଜାର ଟଙ୍କା ଗଣିବା ବାହାନାରେ ଛଡେଇ ନେଉଥିବା ବେଳେ ଲୁଟେରାକୁ କାବୁ କଲେ ସେକ୍ୟୁରିଟି ଗାର୍ଡ । ଲୁଟର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି । ଗତକାଲି ଝାରସୁଗୁଡା ବ୍ୟାଙ୍କ ଅଫ ଇଣ୍ଡିଆରୁ ମାଲିମୁଣ୍ଡା ଗାଁର ଭଗବତୀ ସିଂହ ନାମକ ଗ୍ରାହକ ୪୫ ହଜାର ଟଙ୍କା ଉଠାଇଥିଲେ । ତେବେ ଟଙ୍କା ଗଣିବାକୁ କହି ଜଣେ ଦୁବୃତ୍ତ ୪୫ ହଜାର ଟଙ୍କା ନେଇ ପଳାଇଥିଲା । ଏହି ସମୟରେ ସିକ୍ୟୁରିଟି ଗାର୍ଡ ଲୁଟେରାକୁ କାବୁ କରିଥିଲା । ଲୁଟେରା ହେଉଛି ମହାରାଷ୍ଟ୍ର ନଗପୁରର ସଜ୍ଜାଦ ଅଲ୍ଲୀ, ବୟସ ୨୧ବର୍ଷ । ପରେ ତାକୁ ପୋଲିସ ତାଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.