Below header

ଆକାଶରୁ ଖସିଲା ମୃତ୍ୟୁ, ରାଜ୍ୟରେ ଆଜି ବଜ୍ରପାତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି ଓ ଏଥିରେ ୩ ଜଣ ଆହତ ହୋଇଛନ୍ତି । ବଜ୍ରପାତରେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୪ ଜଣଙ୍କର ମୃତ୍ୟୁହୋଇଛି ।

ଶୁଲିଆପଦା ଥାନା ବଡମାଛଣା ଗାଁରେ ଜଣେ ମହିଳାଙ୍କର ଜୀବନ ଯାଇଛି । ସେହିପରି ଚାନ୍ଦୁଆ ଥାନା ବାଘୁଆଶୋଳ ଗାଁରେ ବଜ୍ରପାତରେ ଯାଇଛି ୩ ନାବାଳକଙ୍କ ଜୀବନ । ବିଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା ।

ଏଥିରେ ୧୦ ଛେଳିଙ୍କର ବି ମୃତ୍ୟୁ ହୋଇଛି । ସେପଟେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡପଳାଶୁଣି ଗାଁରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । କଙ୍କଡ଼ାହାଡ଼ ବ୍ଲକ ଗଡପଳାଶୁଣି ଗାଁରେ ଜମିରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.