କରୋନା ନେଲା ପୁଣି ଜଣେ ହାର୍ଡକୋର ମାଓବାଦୀର ଜୀବନ

ମାଲକାନଗିରି (କେନ୍ୟୁଜ୍‌) : ମାଓ ଦୁର୍ଗରେ ବି କରୋନାର ମାଡ଼ । କୋଭିଡ୍‌ରେ ସଂକ୍ରମିତ ହୋଇ ଜଣେ ଟପ୍‌ କ୍ଯାଡର ମାଓବାଦୀର ମୃତ୍ୟୁ ହୋଇଛି । ଛତିଶଗଡ଼ ର ହାର୍ଡକୋର ମାଓବାଦୀ ବିନୋଦ କଶ୍ଯପର କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତା ନାଁରେ ଛତିଶଗଡ଼ ସରକାର ୧୫ ଲକ୍ଷ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ।

ଦଣ୍ଡକାରଣ୍ଯ ଡିଭିଜନର ଡିସିଏମ୍‌ ଭାବେ ବିନୋଦ କାମ କରୁଥିଲା । ଓଡିଶା, ଛତିଶଗଡ଼ ଏବଂ ତେଲେଙ୍ଗାନାରେ ୧୦୦ରୁ ଅଧିକ ବଡ଼ ବଡ଼ ମାଓ ହିଂସାକାଣ୍ଡର ସେ ମାଷ୍ଟର ମାଇଣ୍ଡ ଥିଲା । ଦୀର୍ଘ ୨୭ ବର୍ଷ ଧରି ମାଓ ସଙ୍ଗଠନରେ ସକ୍ରିୟ ସଦସ୍ଯ ଭାବେ କାର୍ଯ୍ଯ କରିଥିଲା ବିନୋଦ କାଶ୍ଯପ।

ସେ ୧୯୯୪ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲା । ୨୦୧୩ରେ ଛତିଶଗଡ଼ର ଝିରାମ ଘାଟିରେ ଲ୍ଯାଣ୍ଡମଇନ ବିସ୍ଫୋରଣରେ ୩୨ ଜଣ କଂଗ୍ରେସ କର୍ମୀଙ୍କୁ ହତ୍ୟା, ସୁକମା, ଦନ୍ତେୱାଡା, ବିଜାପୁର, ବସ୍ତର ଜିଲ୍ଲାରେ ଅନେକ ହିଂସାକାଣ୍ଡ ଘଟାଇ ପୋଲିସକୁ ନାକେଦମ କରିଥିଲା ବିନୋଦ। ମାଲକାନଗିରି ଜିଲ୍ଲାର କର୍ତନପାଲ୍ଲୀ ଜଙ୍ଗଲରେ ୧୧ ଜଣ ଗ୍ରାମବାସୀଙ୍କୁ ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ବିନୋଦ। ତେବେ ଗତ କିଛି ଦିନ ହେବ କରୋନାରେ ବିନୋଦ ଆକ୍ରାନ୍ତ ହେବା ପରେ ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ।

ଗତ ୧୧ ତାରିଖରେ ମୃତ୍ୟୁ ହୋଇଥିବା ବେଳେ ୧୩ ତାରିଖରେ ତାର ଅନ୍ତିମ ସତ୍କାର ମାଓ ସଙ୍ଗଠନ ପକ୍ଷରୁ କରାଯାଇଛି। କରୋନାରେ ମାଓ ସଙ୍ଗଠନର ଅନେକ ଟପ୍‌ କ୍ଯାଡର ନେତା ମୃତ୍ୟୁ କଲେଣି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.