Below header

କ୍ରିକେଟ ବେଟିଂ ବେଳେ ପୋଲିସର ଚଢ଼ାଉ, ୫ ଗିରଫ

ରାୟଗଡ଼ା (କେନ୍ୟୁଜ୍) : କ୍ରିକେଟ ବେଟିଂ ବେଳେ ପୋଲିସର ଚଢ଼ାଉ। ୫ ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ। ଜବତ ହୋଇଛି ନଗଦ ୧ ଲକ୍ଷ ୩୭ ହଜାର ଟଙ୍କା, ୫ଟି ମୋବାଇଲ୍, ୩ଟି ମୋଟର ସାଇକେଲ୍। ରାଣୀଗୁଡ଼ା ଅଞ୍ଚଳରେ ଏକ ଘର ଭିତରେ ବେଟିଂ ଚାଲିଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ। ଅନଲାଇନରେ ଚାଲିଥିଲା କ୍ରିକେଟ ବେଟିଂ। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.