ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ, ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ପହଞ୍ଚିଲା ୩୯୩ରେ

କେନ୍ଯୁଜ୍: ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୨୨ ଜଣ, ବାଲେଶ୍ବରରୁ ୧୫, ଭଦ୍ରକରୁ ୫, ଯାଜପୁରରୁ ୩, ବୌଦ୍ଧରୁ ୩, ମୟୁରଭଞ୍ଜରୁ ୧, ରାଉଲକେଲାରୁ ୧ ରହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳଯ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେପଟେ ରାଜ୍ୟରେ ସକାଳେ ଆଉ ୫୧ ପଜିଟିଭ ଚିହ୍ନଟ ହୋଇଥିଲେ । ଗଞ୍ଜାମରେ ଆଉ ଜଣକର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ରେ ପହଂଚିଛି । ସେପଟେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି । ମୃତକ ହେଉଛନ୍ତି ଗଂଜାମ ଜିଲ୍ଲାର ୮୫ ବର୍ଷୀୟ ବୃଦ୍ଧ । ନୟାଗଡରୁ ୧୧, କଳାହାଣ୍ଡିରୁ ୧୧, କଟକରୁ ୯, ଯାଜପୁରରୁ ୫, ଗଞ୍ଜାମରୁ ୪, ମୟୁରଭଞ୍ଜରୁ ୩, ଜଗତସିଂହପୁର, ଅନୁଗୁଳ ଓ ସମ୍ବଲପୁରରୁ ୨ ଜଣ ଲେଖାଁଏ ଏବଂ ପୁରୀ ଓ ମାଲକାନଗିରିରୁ ଜଣେ ଲେଖାଁଏ ପଜିଟିଭ ଅଛନ୍ତି ।

ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଶହ ୩ ଥିବାବେଳେ ୩୪୩ ଜଣ ସୁସ୍ଥ ହୋଇସାରିଲେଣି । ଆଉ ଆକ୍ଟିଭ କେଶ ୭୫୩ ରହିଛି । ଗଞ୍ଜାମରେ ୩, କଟକରେ ଜଣେ ଓ ଖୋର୍ଧାରେ ୩ ଜଣ ପ୍ରାଣ ହରାଇଛନ୍ତି । ଗତକାଲି ରେକର୍ଡ ୨ ହଜାର ୫୧୮ ସ୍ୱାବ ଟେଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.