Below header

ଭାରତୀୟ ୟୁଜର୍ସଙ୍କ ପାଇଁ Facebook ଲଞ୍ଚ କଲା ଏକ ସ୍ପେଶାଲ ଫିଚର, ଏଣିକି ୟୁଜର୍ସ ମାନେ ନିଜ ପ୍ରୋଫାଇଲକୁ କରି ପାରିବେ ଲକ

ବିଶ୍ୱରେ ସବୁଠୁ ଅଧିକ ଲୋକପ୍ରିୟତା ହାସଲ କରିଥିବା ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ନିଆଯ ଭାରତୀୟ ୟୁଜର୍ସଙ୍କ ପାଇଁ ଏକ ଖାସ ଫିଚର ଲଂଚ କରିଛି ।  ଯାହାର ନାଁ କମ୍ପାନୀ “ପ୍ରୋଫାଇଲ ଲକ” ରଖିଛି । ଏହି ନୂଆ ଫିଚର ଜରିଆରେ ଭାରତୀୟ ୟୁଜର୍ସ ମାନେ ନିଜ ଫେସବୁକ ପ୍ରୋଫାଇଲକୁ ଲକ କରି ପାରିବେ । ଏହାର ଖାସୀୟତ ଏହିକି ଯେ, ୟୁଜରଙ୍କ ପ୍ରୋଫାଇଲ ତାଙ୍କର କିଛି ବିଶ୍ଵସ୍ଥ ସାଙ୍ଗ ମାନଙ୍କ ବ୍ୟତୀତ ଅନ୍ୟ କେହି ବି ଦେଖି ପାରିବେ ନାହିଁ । କମ୍ପାନୀ ତରଫରୁ ଏହା ମଧ୍ୟ କୁହାଯାଇଛିକି, ଆସନ୍ତା ସପ୍ତାହରୁ ହିଁ ଭାରତୀୟ ୟୁଜର ମାନେ ଏହାର ବ୍ୟବହାର କରି ପାରିବେ ।

facebook new

କମ୍ପାନୀ ତରଫରୁ ଜାରି ହୋଇଥିବା ଏହି ଲାଟେଷ୍ଟ ଫିଚର ଆକ୍ଟିଭେଟ ହେଲେ ଅନ୍ୟ କେହି ଅଚିନ୍ହା ଫେସବୁକ ୟୁଜର ଆପଣଙ୍କ ପ୍ରୋଫାଇଲ ଫଟୋ ଦେଖି ପାରିବେ ନାହିଁ । ଏହାବାଦ ଅଜଣା ୟୁଜର୍ସ ଆପଣନ୍କ ଆକାଉଣ୍ଟରୁ ସେୟାର କରାଯାଇଥିବା ପୋଷ୍ଟକୁ ବି ଦେଖି ପାରିବେ ନାହିଁ । ମାନେ, ଆପଣଙ୍କ ପ୍ରୋଫାଇଲରେ ଥିବା ୟୁଜର୍ସ ମାନେ ହିଁ କେବଳ ଆପଣଙ୍କ ପୋଷ୍ଟ ଦେଖି ପାରିବେ ।

କହିରଖିବା ଉଚିତ ହେବକି, ଏହା ପୂର୍ବରୁ ବି ଫେସବୁକ କମ୍ପାନୀ ତରଫରୁ ଏକ ପ୍ରୋଫାଇଲ ପିକ୍ଚର ଗାର୍ଡ ଲଞ୍ଚ କରା ଯାଇଥିଲା । ଏହି ଫିଚର ଜରିଆରେ ବି ୟୁଜର୍ସ ନିଜ ପ୍ରୋଫାଇଲ ଫଟୋକୁ ସୁରକ୍ଷିତ ରଖାଯାଇ ପାରୁଥିଲା । ଏହାକୁ ଆକ୍ଟିଭେଟ କଲେ ଅନ୍ୟ ଅଜଣା ୟୁଜର ଆପଣଙ୍କ ପ୍ରୋଫାଇଲ ଫଟୋକୁ ଡାଉନ ଲୋଡ଼ କିମ୍ବା ସେୟାର କରିପାରୁ ନଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.