ଚୀନ୍‌କୁ ଲେଉଟିଲା କରୋନା, ପୂର୍ବ ତୁଳନାରେ ଅଧିକ ଜୀବନ ନେବ ବୋଲି ଦାବି କଲେ ବୈଜ୍ଞାନିକ

କରୋନା ଯୋଗୁ ଏବେ ସାରା ବିଶ୍ୱବାସୀ ଚିନ୍ତିତ ଅଛନ୍ତି। କିନ୍ତୁ ସବୁଠୁ ଅଧିକ ଚିନ୍ତାରେ ରହିଛି ଚୀନ୍‌। କାରଣ କରୋନା ଭାଇରସ୍‌ ପୁଣି ଥରେ ନୂଆ ରୂପରେ ଚୀନ୍‌କୁ ଫେରିଛି। ଏଣୁ ଡାକ୍ତରମାନେ ଏବେ ଚିନ୍ତାରେ। କରେନା ଫେରିଥିବାରୁ ଚୀନ୍‌ର ଜିଲିନ୍‌ ପ୍ରାନ୍ତରେ ବହୁ ପରିମାଣରେ ଟେଷ୍ଟିଂ କରାଯାଉଛି। ବୁହାନ ସହରରେ ମଧ୍ୟ କରୋନା ମାମଲା ସାମ୍ନାକୁ ଆସିବା ପରେ ପୁଣି ଥରେ ଟେଷ୍ଟିଂ ଆରମ୍ଭ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏବେ ନୂଆ ରୂପରେ ଆସିଥିବା କରୋନା ଭାଇରସ୍‌କୁ ସହଜରେ ଚିହ୍ନଟ କରି ହେଉନାହିଁ।

CHINA

ଜାତୀୟ ସ୍ୱାସ୍ଥ୍ୟ କମିଶନ ସଦସ୍ୟ କ୍ୟୁଇ ହାଇେଓ୍ଵଙ୍କ ମୁତାବକ ଏହି ନୂଆ ମାମଲା ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ରୋଗୀଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶ ପାଉନଥିବାରୁ ସହଜରେ ରୋଗ ଚିହ୍ନଟ କରିହେଉନାହିଁ। ଅଧିକାଂଶ ଲୋକଙ୍କୁ ଜ୍ୱର ମଧ୍ୟ ହେଉନାହିଁ। ରୋଗୀଙ୍କୁ କେବଳ ଥକାପଣ ଓ ଗଳାରେ ପୀଡ଼ା ହେଉଥିବା ଜଣାଯାଇଛି।

Coronavirus spread leads Google to temporarily close all China ...

ଡାକ୍ତରଙ୍କ କହିବାନୁସାରେ ଚଳିତଥର ରୋଗର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ଅଛି। ଏବେ ପୂର୍ବ ଭଳି ଜ୍ୱର, ଥଣ୍ଡା, କାଶ, ନିଃଶ୍ୱାସ ନେବାରେ ସମସ୍ୟା ଭଳି ଲକ୍ଷଣ ପ୍ରକାଶ ପାଉନାହିଁ। ଫଳରେ ରୋଗ ବ୍ୟାପିବାର ଆଶଙ୍କା ବୃଦ୍ଧିପାଇଛି। କିନ୍ତୁ ଏହା ପୂର୍ବ କରୋନା ତୁଳନାରେ କମ୍‌ କ୍ଷତିକାରକ। କାରଣ ଏଥିରେ କେବଳ ଫୁସ୍‌ଫୁସ୍‌ରେ ସମସ୍ୟା ଦେଖାଦେଉଛି।

china2

ସୂଚନାଯୋଗ୍ୟ, ଚୀନ୍‌ରେ ମୋଟ ୮୨,୯୬୫ଟି କରୋନା ମାମଲା ଦେଖାଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଚୀନ୍‌ରେ ମୋଟ୍‌ ୫ଟି କେସ୍‌ ସାମ୍ନାକୁ ଆସିଛି। କରୋନା ଭାଇରସ୍‌ ଯୋଗୁ ଚୀନ୍‌ରେ ମୋଟ ୪୬୩୪ ଜଣଙ୍କ ମୃତ୍ୟୁ ଘଟିଥିବା ଏବେ ମାତ୍ର ୮୭ଟି ଆକ୍ଟିଭ୍‌ କେସ୍‌ ଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.