Below header

ବଢ଼ିଲା ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ସହାୟତା ରାଶି, ଏଣିକି ମିଳିବ ୫ ହଜାର ଟଙ୍କା

ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମିଳିବ ସ୍ବତନ୍ତ୍ର ଭତ୍ତା । ଆମ୍ବୁଲାନ୍ସ ଡ୍ରାଇଭର, ଇଏମଟିଙ୍କ ମାସିକ ଭତ୍ତା ୫ ହଜାର ଟଙ୍କା ଏବଂ ହେଲପରମାନଙ୍କ ଭତ୍ତା ମାସିକ ୩ ହଜାର ଟଙ୍କା ମିଳିବ। ଚଳିତ ଫେବ୍ରୁଆରୀରୁ ଏହା ଲାଗୁ ହେବ।

ଭୁବନେଶ୍ୱର (କେନ୍ୟୁଜ): ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମିଳିବ ସ୍ବତନ୍ତ୍ର ଭତ୍ତା । ଆମ୍ବୁଲାନ୍ସ ଡ୍ରାଇଭର, ଇଏମଟିଙ୍କ ମାସିକ ଭତ୍ତା ୫ ହଜାର ଟଙ୍କା ଏବଂ ହେଲପରମାନଙ୍କ ଭତ୍ତା ମାସିକ ୩ ହଜାର ଟଙ୍କା ମିଳିବ। ଚଳିତ ଫେବ୍ରୁଆରୀରୁ ଏହା ଲାଗୁ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପରଙ୍କୁ ରାଜ୍ୟ ପାଣ୍ଠିରୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ ନିମନ୍ତେ ମଞ୍ଜୁରୀ ଦେଇଛନ୍ତି ।

ବିଭିନ୍ନ ଜିଲ୍ଲାଗସ୍ତ କାଳରେ ଭତ୍ତା ବଢାଇବା ଲାଗି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିକଟରେ ଅନୁରୋଧ କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ। ଜରୁରୀ ମେଡିକାଲ ଆମ୍ବୁଲାନ୍ସ ସେବା ପାଲଟିଛି ଲାଇଫଲାଇନ। ମାର୍ଚ୍ଚ ୨୦୧୩ରୁ ଏହି ସେବା ଆରମ୍ଭ ହୋଇଛି। ରାଜ୍ଯରେ ବର୍ତ୍ତମାନ ୪୧୧ ଏଏଲଏସ ଆମ୍ବୁଲାନ୍ସ ସମେତ ୧୩୬୬ଟି ଆମ୍ବୁଲାନସ ଓ ୬ଟି ବୋଟ ଆମ୍ବୁଲାନ୍ସ ରହିଛି। ପ୍ରତିମାସରେ ପ୍ରାୟ ୧ ଲକ୍ଷ ୩୦ ହଜାର ରୋଗୀଙ୍କୁ ସେବା ଯୋଗାଉଛି ୧୦୮ ଆମ୍ବୁଲାନ୍ସ। ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟମା, କୋଭିଡ କାଳରେ ଆମ୍ବୁଲାନ୍ସ ସେବାର ଉଦାହରଣ ଅନନ୍ୟ ।

ସୂଚନା ଅନୁସାରେ, ୧୦୮ ଆମ୍ବୁଲାନ୍ସରେ ନିୟୋଜିତ ଡ୍ରାଇଭର ଓ ହେଲପରମାନେ ୨୪ଘଣ୍ଟିଆ କାର୍ଯ୍ୟ କରୁଛନ୍ତି ବିଶେଷକରି ମହାମାରୀ ଓ ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେଉଁ କଠିନ ପରିଶ୍ରମ କରିଛନ୍ତି ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ସେମାନଙ୍କୁ ସର୍ବନିମ୍ନ ମଜୁରୀ ଅଧିନିୟମ ଆଧାରରେ ମୂଳ ଦରମା ପ୍ରଦାନ କରାଯାଉଛି । ସର୍ବନିମ୍ନ ମଜୁରୀରେ ଡ୍ରାଇଭର ଓ ମେଡିକାଲ ଟେକନସିଆନଙ୍କୁ କୁଶଳୀ ଶ୍ରମିକ ଓ ହେଲପରଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ବର୍ଗୀକୃତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.