ଜଳଭଣ୍ଡାରକୁ ଗାଧୋଇ ଯିବା ହେଲା କାଳ: ଖେଳୁ ଖେଳୁ ବୁଡି ଗଲେ ୨ ଶିଶୁ କନ୍ୟା

ବାଲିମେଳା ଜଳଭଣ୍ଡାରରେ ବୁଡି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମ ନିକଟ ବାଲିମେଳା ଜଳଭଣ୍ଡାରରେ ଏଭଳି ଅଘଟଣ ଘଟିଛି ।

ମାଲକାନଗିରି (କେନ୍ୟୁଜ): ବାଲିମେଳା ଜଳଭଣ୍ଡାରରେ ବୁଡି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ । ମାଲକନଗିରି ଜିଲ୍ଲା ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମ ନିକଟ ବାଲିମେଳା ଜଳଭଣ୍ଡାରରେ ଏଭଳି ଅଘଟଣ ଘଟିଛି । ମୃତ ଦୁଇ ନାବାଳିକା ହେଲେ ସାବିତ୍ରୀ ( ୮ ବର୍ଷ) ଓ ଧବଳି (୭ ବର୍ଷ) ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ ୪ ଜଣ ନାବାଳିକା । ଗାଧୋଇବା ସମୟରେ ଖେଳୁ ଖେଳୁ ନଦୀ ଭିତରକୁ ୨ ଜଣ ଖସିପଡ଼ିଥିଲେ । ଅନ୍ୟ ଦୁଇ ଜଣ ତୁରନ୍ତ ଆସି ଗାଁ ଲୋକଙ୍କୁ ବୁଡ଼ି ଯାଇଥିବା କହିଥିଲେ । ସଙ୍ଗେ ସଙ୍ଗେ ନିଖୋଜ ଝିଅଙ୍କ ପରିବାର ଓ ଗାଁ ଲୋକେ ମିଶି ଖୋଜାଖୋଜି କରିଥିଲେ । ଦୀର୍ଘ ୨ ଘଣ୍ଟା ଖୋଜିବା ପରେ ବାଲିମେଳା ଜଳଭଣ୍ଡାର ଗର୍ଭରୁ ଦୁଇ ନିଖୋଜ ନାବାଳିକା ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇପାରି ନଥିଲେ । ଖବର ପାଇ କୁଡୁମୁଳୁଗୁମ୍ମା ତହସିଲଦାର, ଚିତ୍ରକୋଣ୍ଡା ଥାନା ଅଧିକାରୀ, ଚିତ୍ରକୋଣ୍ଡା ଅଗ୍ନଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁଇ ଝିଅଙ୍କ ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବାବେଳେ ସମଗ୍ର କେନ୍ଦୁଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.