ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରିୟଙ୍କା ଗାନ୍ଧି, ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ହେବେନି ସାମିଲ

ଅସୁସ୍ଥତା ହେତୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ । ସେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ମାତ୍ରେ ସେ ଏହି ଯାତ୍ରାରେ ସାମିଲ ହେବେ ।

ଅସୁସ୍ଥତା ହେତୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ । ସେ ଶୁକ୍ରବାର କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ମାତ୍ରେ ସେ ଏହି ଯାତ୍ରାରେ ସାମିଲ ହେବେ ।

ପ୍ରିୟଙ୍କା ଗାନ୍ଧି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି ‘ମୁଁ ବଡ଼ ଉତ୍ସାହର ସହିତ ଉତ୍ତର ପ୍ରଦେଶରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ପହଞ୍ଚିବାର ଅପେକ୍ଷା କରିଥିଲି । କିନ୍ତୁ ଅସୁସ୍ଥତା ହେତୁ ଆଜି ହିଁ ମୋତେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଲା । ସ୍ୱାସ୍ଥ୍ୟରେ ଟିକିଏ ଉନ୍ନତି ଆସିବା ମାତ୍ରେ ମୁଁ ଏହି ଯାତ୍ରାରେ ଯୋଗଦେବି । ସେ ପର୍ଯ୍ୟନ୍ତ ଚନ୍ଦୋଲି-ବନାରସରେ ପହଞ୍ଚୁଥିବା ସମସ୍ତ ଯାତ୍ରୀ, ପୂରା ପରିଶ୍ରମ ସହିତ ଯାତ୍ରାର ପ୍ରସ୍ତୁତିରେ ଲାଗିଥିବା ଉତ୍ତର ପ୍ରଦେଶର ମୋର ସହକର୍ମୀ ଏବଂ ପ୍ରିୟ ଭାଇମାନଙ୍କୁ ଶୁଭକାମନା ଜଣାଉଛି’ ।

ସୂଚନାଯୋଗ୍ୟ, ପ୍ରିୟଙ୍କା ଗାନ୍ଧିଙ୍କୁ ଶୁକ୍ରବାର ହିଁ ଉତ୍ତର ପ୍ରଦେଶର ଚନ୍ଦୋଲିରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବାର ଥିଲା । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ମଣିପୁରରୁ ମୁମ୍ବାଇ ଅଭିମୁଖେ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.