ଉମରକୋଟ ବନ ବିଭାଗ ଦ୍ବାରା ୫୨ ଜୀବନ୍ତ କଇଁଛ ଜବତ, ୨ ଅଟକ
![turtle](https://knewsodisha.com/wp-content/uploads/2022/06/trutel.jpg)
ଉମରକୋଟ(କେନ୍ୟୁଜ୍): ବନ ବିଭାଗ ଦ୍ଵାରା ୫୨ ଜୀବନ୍ତ କଇଁଛ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗ ଦ୍ୱାରା ୫୨ ଜୀବନ୍ତ କଇଁଛ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖାଯାଇଛି । ଘଟଣା ଅନୁଯାୟୀ ରାଇଘର ବ୍ଲକ ଅଧିନ କୁମୁଲି ଗ୍ରାମର ୨ଜଣ ବ୍ୟକ୍ତି ରୁହିଦାସ ବନିକ, ପରମାନନ୍ଦ ବାଓଲି ନିକଟସ୍ଥ ସରଗୁଲି ଗ୍ରାମକୁ ବିକ୍ରି କରିବା ଉଦେଶ୍ଯରେ ୫୨ଟି କଇଁଛ ନେଇ ଯାଉଥିଲେ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉମରକୋଟ ବନ ବିଭାଗର ଏକ ଟିମ ଉକ୍ତ ସ୍ଥାନରେ ପହଞ୍ଚି କଇଁଛ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଉମରକୋଟ ସ୍ଥିତ ବନ ବିଭାଗ କାର୍ଯ୍ୟଳୟରେ ଅଟକ ରଖିଛି । ଏ ବିଷୟରେ ଜିଲ୍ଲା ବନ ବିଭାଗ ଅଧିକାରୀଙ୍କୁ ଅବଗତ କରାଯାଇଛି। ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଧେଶ ପରେ ଜୀବନ୍ତ କଇଁଛ ଗୁଡିକୁ କୌଣସି ଏକ ସ୍ଥିର ଜଳାଶୟରେ ଛଡ଼ାଯିବ ଓ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଉମରକୋଟ ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।