୧ ଲକ୍ଷ ୭୦ ହଜାର ଟଙ୍କାର ଗଞ୍ଜେଇ ବୋଝେଇ ପିକଅପ ଭ୍ଯାନ୍ ଜବତ, ଜଣେ ଗିରଫ

ଗୁଣୁପୁର(କେନ୍ୟୁଜ୍‌): ପଦ୍ମପୁର ପୋଲିସ୍ ଦ୍ବାରା ଗଞ୍ଜେଇ ବୋଝେଇ ପିକଅପ ଭ୍ଯାନ୍ ଜବତ। ସୂଚନା ମୁତାବକ, କେନ୍ଦୁଗୁଡା ଫାଣ୍ଡି ନିକଟରେ ନାକା ତଦନ୍ତ ଲାଗିଥିବା ବେଳେ ଏକ ବୋଲେର ପିକଅଫ ଭ୍ଯାନଟି ପୋଲିସକୁ ଦେଖି ଦୃତଗତିରେ ଗାଡ଼ି ଚଳାଇ ଥିଲା । ଯାହାକୁ ଦେଖି ପଦ୍ମପୁର ଥାନା ଆଇଆଇସି ସୁଶାନ୍ତ କୁମାର ଟାଉଡିୟା ଓ କେନ୍ଦୁଗୁଡା ଫାଣ୍ଡି ଅଧିକାରୀ ଅରୁଣ କୁମାର ପାତ୍ରଙ୍କ ସହ ପୋଲିସ ଟିମ୍ ସନ୍ଦେହ କରିଥିଲେ ।ଏବଂ ଗାଡିର ପିଛା କରିଥିଲେ।

ଗାଡିଟିକୁ ବଲ୍ଲବପୁର ଗ୍ରାମ ନିକଟରେ ଅଟକାଇବାରେ ସଫଳ ହାଇଥିଲେ । ଚଢ଼ାଉ ସମୟରେ ଏକ ଖାଲି ପରିବା ଟ୍ରେ ବୋଝେଇ ଭ୍ଯାନରୁ ୩୪ କେଜି ଗଞ୍ଜେଇ ଜବତ କରାଯିବା ସହ  ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ୟୁପି ରାଜ୍ୟର ବୋଲି ଜଣାପଡିଛି। ଜବତ ଗଞ୍ଜେଇ କୁ ପଦ୍ମପୁର ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଉପସ୍ଥିତିରେ ଓଜନ କରାଯାଇଥିଲା । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଜଣାଇବା ସହ ଗିରଫ ବ୍ୟକ୍ତିକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପଦ୍ମପୁର ଡି ଏସ୍ ପି ରଶ୍ମିରଞ୍ଜନ ସେନାପତି ସୂଚନା ଦେଇଛନ୍ତି ।