ଜାମୁକୋଳି ଗଛରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦାରିଙ୍ଗବାଡି(କେନ୍ୟୁଜ୍‌): ଜାମୁକୋଳି ଗଛରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଝିଞ୍ଜିରିଗୁଡ଼ା ପଞ୍ଚାୟତ ଅଧିନ ବାଡୁନ ଘାଟି ପୂର୍ତ୍ତ ବିଭାଗ ରାସ୍ତା କଡ଼ ବିଲମାଳ ନିକଟରେ ଥିବା ଏକ ଜାମୁକୋଳି ଗଛରେ ଦେଖିବାକୁ ମିଳିଛି ଏହି ଘଟଣା । ମୃତଦେହକୁ ବ୍ରାହ୍ମଣୀଗାଁ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରାହ୍ମଣୀଗାଁ ପୋଲିସ ଉକ୍ତ ଶବକୁ ଠାବ କରି ଥାନା ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ୱରେ କଡ଼ା ସୁରକ୍ଷା ବଳୟରେ ରଖି ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଜଣାଇଥିଲେ।

ଖବର ପାଇ ଦାରିଙ୍ଗବାଡି ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଭବେଶ ମାଝୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଉକ୍ତ ଶବ ବ୍ୟବଚ୍ଛେଦ କରି ତାକୁ ଚିହ୍ନଟ ପ୍ରକ୍ରିୟା ପାଇଁ ୭୨ଘଣ୍ଟା ଆଇସ ଚାମ୍ବରରେ ରଖାଯିବ ବୋଲି କହିଥିଲେ। ସଂନ୍ଧ୍ୟା ସୁଦ୍ଧା ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଁଚି ନଥିବା ବେଳେ ଉକ୍ତ ଘଟଣାସ୍ଥଳକୁ ପୋଲିସ ବାହିନୀ କଡା ସୁରକ୍ଷା ବଳୟରେ ରଖିଥିବା ଜଣାପଡିଛି। ଉକ୍ତ ଘଟଣାର କେଶ ନଂ ୧/୨୨ ରେ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.