Below header

ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍‌ ଅମରେଶ୍ବର ମିଶ୍ରଙ୍କ ପରଲୋକ

ଭୁବନେଶ୍ବର(କେନ୍ୟୁଜ୍‌): ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍‌ ତଥା ବିଶିଷ୍ଟ ରାଜ‌‌ନୈତିକ ବିଶାରଦ ଅମରେଶ୍ବର ମିଶ୍ରଙ୍କ ଗତକାଲି ରାତି ୧୦ଟାରେ ପରଲୋକ ଘଟିଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। ନାଗେଶ୍ବରୀଟାଙ୍ଗୀ ହାଉସିଂବୋର୍ଡ କଲୋନିସ୍ଥିତ ତାଙ୍କ ବାସଭବନରେ ଗତକାଲି ସେ ଶୋଇବାକୁ ଯାଉଥିବା ବେଳେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁବେଳେ ତାଙ୍କ ନିକଟରେ ପତ୍ନୀ, ଦୁଇ ଝିଅ ଓ ଦୁଇ ଜ୍ବାଇଁ ଅପସ୍ଥିତ ରହିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶୁଭେଚ୍ଛୁ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

ସୂଚନା ମୁତାବକ ୧୯୪୮ ମସିହାରେ ତାଳଚେରରେ ଜନ୍ମ ଗ୍ରହଣ କରିଥିଲେ ଅମରେଶ୍ବର। ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପଦରୁ ସେ ଅବସର ନେଇଥିଲେ। ସେ ରାଜନୀତି ବିଜ୍ଞାନର ଅନେକ ଉପଯୋଗୀ ପୁସ୍ତକ ରଚନା କରିଛନ୍ତି। ଅବସର ପରେ ଅଧିକାଂଶ ସମୟରେ ବିଭିନ୍ନ ଗଣମାଧ୍ୟମରେ ରାଜନୈତିକ ‌ଆଲୋଚନାରେ ଭାଗ ନେଉଥିଲେ। ଏଥିସହ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ନିୟମିତ ସ୍ତମ୍ଭ ‌ଲେଖୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.