Below header

ଜଙ୍ଗଲ ଅନୁମତି ନଥିବା ମାଇନିଂ ମାମଲା ୬ ମାସରେ ତୁଟାଅ, ଓଡ଼ିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍‌): ଓଡ଼ିଶାରେ କେତେକ ଖଣି କମ୍ପାନୀ ଅଦାଲତଙ୍କ ସ୍ଥିତାବସ୍ଥା ଆଳରେ ବର୍ଷ ବର୍ଷ ଧରି ବେଆଇନ ଖଣି ଖନନ କରି ଚାଲିଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୬ ମାସ ମଧ୍ୟରେ ଏଭଳି ସମସ୍ତ ମାମଲାର ଶୁଣାଣି ଶେଷ କରିବାକୁ ଓଡିଶା ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ଏମ ଆର ଶାହ ଓ ବିଚାରପତି ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ବାଲେଶ୍‌ର ଆଲଏଜ ଲିମିଟେଡ଼ର ଆବେଦନ ଶୁଣାଣି କରି ଏହା କହିଛନ୍ତି । ଅଦାଲତଙ୍କ ସ୍ଥିତାବସ୍ଥା ବୃଦ୍ଧି କରିବାକୁ ବାଲେଶ୍ୱର ଆଲଏଜ ଲିମିଟେଡ଼ ପକ୍ଷରୁ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ ପିଟିସନ ଦାୟର ହୋଇଥିଲା । ଜଙ୍ଗଲ ବିଭାଗ ଅନୁମତି ନଥାଇ ସ୍ଥିତାବସ୍ଥା ଆଳରେ ମାସ ମାସ ଧରି ଏହି କମ୍ପାନୀ ଖଣି ଖନନ କାର୍ଯ୍ୟ କରୁଥିଲା ।

ସ୍ଥିତାବସ୍ଥା ବୃଦ୍ଧି କଲେ ଜଙ୍ଗଲ ବିଭାଗ ଅନୁମତି କିଭଳି ମିଳିପାରିବ ବୋଲି ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଏଭଳି ଅନେକ କମ୍ପାନୀ ସ୍ଥିତାବସ୍ଥା ଆଳରେ ଖଣି ଖନନ କାର୍ଯ୍ୟ କରୁଥିବା ବେଳେ ୬ ମାସ ମଧ୍ୟରେ ଏ ସବୁ ମାମଲାର ଶୁଣାଣି ବିଚାର କରି ଶେଷ କରିବାକୁ ଓଡିଶା ହାଇକୋର୍ଟଙ୍କୁ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.