5T ଇଫେକ୍ଟ, ୬ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): 5Tରୁ ନାହିଁ ନିସ୍ତାର । ୬ କର୍ମଚାରୀଙ୍କ ବିରୋଧରେ 5Tରେ କାର୍ଯ୍ୟାନୁଷ୍ଠାନ । ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶ । ୪ ଅଧିକାରୀଙ୍କୁ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ବାଧ୍ୟତାମୂଳକ ଅବସର ପାଇଥିବା ଦୁଇ ଅଧିକାରୀ ହେଲେ ବରଗଡ଼ ଜନସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିବା ଆସିଷ୍ଟାଣ୍ଟ ଇଞ୍ଜିନିୟର ନାରାୟଣ ତାଣ୍ଡି ଓ ଜନ ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିବା ଆଉ ଜଣେ ଆସିଷ୍ଟାଣ୍ଟ ଇଞ୍ଜିିନିୟର ଜ୍ଞାନେନ୍ଦ୍ର ପଟେଲ। ଏମାନଙ୍କ ବିରୋଧରେ ବହୁ ଅନିୟମିତତା ଅଭିଯୋଗ ଥିଲା। ଏହାସହ ବହୁ ଦିନ ହେଲା ଉଭୟ କାମରେ ଯୋଗ ଦେଉ ନଥିଲେ।

ସେହିପରି ବରଖାସ୍ତ ହୋଇଥିବା ୪ ଅଧିକାରୀ ହେଲେ, ଜଳ ସମ୍ପଦ ବିଭାଗ ଅଧିନରେ କାମ କରୁଥିବା AEE ସଞ୍ଜୟ କୁମାର ଚୌଧୁରୀ, ନୂଆପଡା ଡିଷ୍ଟ୍ରିଟ୍‌ ଇଣ୍ଡଷ୍ଟ୍ରିଜ୍‌ ସେଣ୍ଟରରେ କାମ କରୁଥିବା ଜେନେରାଲ ମ୍ୟାନେଜର ପ୍ରଦୀପ କୁମାର ରାଏ, କଟକ ଜଗତପୁର ଉତ୍ତରାଞ୍ଚଳ ଜଳସେଚନ ଡିଭିନନ ଅଧିନ ପୁଣ୍ଡାଲ ସବ୍‌ଡିଭିନଜର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ବିଜ୍ଞାନ କୁମାର ବେଉରିଆ ଓ ରାୟଗଡ଼ା ଗୃହ ଓ ନଗର ଉନ୍ନୟନ ବିଭାଗର ପିଏଚ୍‌ ସେକ୍ସନ-୧ର ଆସିଷ୍ଟାଣ୍ଟ ଇଞ୍ଜିନିୟର ଅମୀୟ କୁମାର ସେଠୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.