Below header

ମୟୂରଭଞ୍ଜ ଗସ୍ତରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଗଞ୍ଜାମ, କେନ୍ଦ୍ରାପଡ଼ା ପରେ ମୟୂରଭଞ୍ଜ ଗସ୍ତରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେତେ ହୋଇଛି ଜିଲ୍ଲାର ବିକାଶ ।

ଗଞ୍ଜାମ, କେନ୍ଦ୍ରାପଡ଼ା ପରେ ମୟୂରଭଞ୍ଜ ଗସ୍ତରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେତେ ହୋଇଛି ଜିଲ୍ଲାର ବିକାଶ । ସମୀକ୍ଷା ପାଇଁ ଦିନିକିଆ ଜିଲ୍ଲା ଗସ୍ତ କରି ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପଣ୍ଡିଆନ। ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି ।

ଛାତ୍ରଛାତ୍ରୀଙ୍କୁ ଯୋଗ, ମେଡିଟେସନ କରିବା ଉପରେ ପରାମର୍ଶ ଦେଇଛନ୍ତି । ଆଗକୁ ବଡ଼ ମଣିଷ ହେବାକୁ ଆତ୍ମବିଶ୍ବାସ ଦରକାର। ସେହି ଆତ୍ମବିଶ୍ଵାସ ଆଣିଦେବ ମେଡିଟେସନ। ଆତ୍ମବିଶ୍ଵାସ ୧୦୦ ଗୁଣା ବଢାଇବା ଭଳି ସାଙ୍ଗ ଦରକାର ବୋଲି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଛାତ୍ରଛାତ୍ରୀମାନେ ସଫଳ ହେଲେ ସବୁଠୁ ଅଧିକ ଗର୍ବିତ ହେବେ ଶିକ୍ଷକ ଶିକ୍ଷୟିତ୍ରୀ । 5T ଅଧ୍ୟକ୍ଷଙ୍କୁ ନିଜ ଗହଣରେ ପାଇ ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମ ମୟୂରଭଞ୍ଜ ରାଜ୍ୟର ଏକ ନମ୍ବର ଜିଲ୍ଲା ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.