ଚାଲିଛି ମା’ କଳାପାଟଙ୍କ ଯାତ୍ରା, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଗହଳି

ଶନିବାର ଠାରୁ ଆରମ୍ଭ ହୋଇଯାଇଛି ମା' କଳାପାଟଙ୍କ ଯାତ୍ରା । ଏଠାରେ ମହା ଆଡ଼ମ୍ବର ସହକାରେ ପାଳନ ହୋଇଥାଏ ମା'ଙ୍କ ଯାତ୍ରା । ଗଣିଆ ବ୍ଲକର ମଣିଭଦ୍ରା ପାହାଡ଼ ପାଦଦେଶରେ ଥିବା ମା' କଳାପାଟ ମନ୍ଦିର ପରିସରରେ ଅନ୍ନଯଜ୍ଞ, ଘୃତଯଜ୍ଞ ଏବଂ ନାମଯଜ୍ଞ ସହିତ ବହୁ ଧୁମଧାମର ସହିତ ମା'ଙ୍କର ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି ।

ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ପ୍ରତ୍ୟକ ସ୍ଥାନର ରହିଛି ଭିନ୍ନ ମାହାତ୍ମ୍ୟ । ସେଥିପାଇଁ ସମସ୍ତ ସ୍ଥାନରେ ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଇଥାଏ । ସେହିଭଳି ଶନିବାର ଠାରୁ ଆରମ୍ଭ ହୋଇଯାଇଛି ମା’ କଳାପାଟଙ୍କ ଯାତ୍ରା । ଏଠାରେ ମହା ଆଡ଼ମ୍ବର ସହକାରେ ପାଳନ ହୋଇଥାଏ ମା’ଙ୍କ ଯାତ୍ରା । ଗଣିଆ ବ୍ଲକର ମଣିଭଦ୍ରା ପାହାଡ଼ ପାଦଦେଶରେ ଥିବା ମା’ କଳାପାଟ ମନ୍ଦିର ପରିସରରେ ଅନ୍ନଯଜ୍ଞ, ଘୃତଯଜ୍ଞ ଏବଂ ନାମଯଜ୍ଞ ସହିତ ବହୁ ଧୁମଧାମର ସହିତ ମା’ଙ୍କର ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି ।

ଅନ୍ୟପକ୍ଷରେ ଶନିବାର ଦିନ ଭକ୍ତମାନେ ବୀରତୁଙ୍ଗ ଏବଂ ଚିତ୍ରୋତ୍ପଳା ନଦୀର ସଙ୍ଗମ ସ୍ଥଳିରୁ ସୋତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଇ ୧୦୮ କଳସରେ ଜଳ ଭରି ଏହି ମହା ସମାରୋହରେ ଯଜ୍ଞସ୍ଥଳକୁ ଆଣିଥିଲେ । ଏହାପରେ ଆବାହନାଦି ପୂଜାକର୍ମ କରି ଯଜ୍ଞକର୍ମ ଆରମ୍ଭ କରାଯାଇଛି । ଖୁବ ଶ୍ରଦ୍ଧା ଭକ୍ତିରେ ପାଳିତ ହେଉଛି ମା’ କଳାପାଟଙ୍କ ଯାତ୍ରା । ମା’ କଳାପାଟଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଦୂର ଦୂରାନ୍ତରୁ ଏହି ଗାଁକୁ ଆସୁଛନ୍ତି । ଶ୍ରଦ୍ଧାଳୁମାନେ ଏଠାକୁ ଆସି ପୂଜାର୍ଚନା କରି ମା’ଙ୍କର ଆଶୀର୍ବାଦ ଗ୍ରହଣ କରୁଛନ୍ତି । ଆସନ୍ତା ସୋମବାର ଅର୍ଥାତ୍ ୧୮ତାରିଖ ଦିନ ଏହି ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏହି ଯାତ୍ରାରେ ବିଭିନ୍ନ ପ୍ରକାର ଦୋକାନ, ରାମଦୋଳି, ଡ୍ରାଗନ୍ ଦୋଳି, ଏବଂ ଅନେକ ଦୋଳି ଆଦି ପଡି ଥିବାରୁ ଗତକାଲି ଠାରୁ ଶ୍ରଦ୍ଧାଳୁଙ୍କ ଖୁବ ଭିଡ଼ ଲାଗିରହିଛି । ଶ୍ରଦ୍ଧାଳୁମାନେ ମା’ଙ୍କ ପୂଜା ସହ ମେଳାର ମଧ୍ୟ ଖୁବ ମଜା ନେଉଛନ୍ତି । ଏହି ମେଳାରେ ଛୋଟ ପିଲାଠାରୁ ବୟସ୍କ ବ୍ୟକ୍ତିମାନେ ବିଭିନ୍ନ ଜିନିଷ କିଣାକିଣି କରି, ବିଭିନ୍ନ ପ୍ରକାରର ଖାଦ୍ୟର ମଜା ନେଇଥାନ୍ତି । ଏହି ମନ୍ଦିରଟିର ମହତ୍ତ୍ୱ ଭିନ୍ନ ରହିଛି । ଏନେଇ ଏଠାରେ ଲୋକଙ୍କର ପ୍ରବଳ ଭିଡ଼ ଜମେ । ଲୋକଙ୍କ ଅଗାଢ଼ ବିଶ୍ୱାସ ହିଁ ଏହି ସ୍ଥାନର ମହତ୍ତ୍ୱକୁ ଦ୍ୱିଗୁଣିତ କରିପାରିଛି ।

Leave A Reply

Your email address will not be published.